ନୂଆଦିଲ୍ଲୀ, ୧୩/୦୬: ଭାରତୀୟ ସ୍ଥଳସେନା ମୁଖ୍ୟ ହେବେ ଧୀରଜ ସେଠ୍। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ଙ୍କୁ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ (Vice Chief of the Army Staff – VCOAS) ଭାବେ ନିଯୁକ୍ତି ଦେଇଛନ୍ତି।
ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ପୂର୍ବରୁ ଦକ୍ଷିଣ ସେନା କମାଣ୍ଡ୍ (Southern Command)ର ମୁଖ୍ୟ ଭାବେ ଦାୟିତ୍ୱ ସମ୍ପାଦନ କରୁଥିଲେ। ସେ ପୂର୍ବରୁ ଦକ୍ଷିଣ-ପଶ୍ଚିମ ସେନା କମାଣ୍ଡର ମୁଖ୍ୟ ମଧ୍ୟ ଥିଲେ। ବର୍ତ୍ତମାନ ସେନା ଉପାଧ୍ୟକ୍ଷ ଅଛନ୍ତି ଶ୍ରୀଯୁକ୍ତ ସେଠ୍।
ଆସନ୍ତା ଜୁନ୍ ୩୦ରେ ବର୍ତ୍ତମାନର ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କର କାର୍ଯ୍ୟକାଳ ଶେଷ ହେବ। ସେହି ଦିନ ହିଁ ଶ୍ରୀଯୁକ୍ତ ଦ୍ୱିବେଦୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ଶ୍ରୀଯୁକ୍ତ ସେଠ୍। ୨୦୨୮ ଅଗଷ୍ଟ ୩୧ ଯାଏଁ ଏହି ଦାୟିତ୍ୱରେ ରହିବେ।