ବିପଦରେ ସାମୁଦ୍ରିକ କଇଁଛ: ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ୱାନ
ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ
ଆଜିର ତାରିଖ ୧୬ ଜୁନ୍ ୨୦୨୬
ପ୍ରତିବର୍ଷ ଜୁନ୍ ୧୬ ତାରିଖକୁ ବିଶ୍ୱ ସମୁଦ୍ର କଇଁଛ ଦିବସ (World Sea Turtle Day) ଭାବେ ପାଳନ କରାଯାଏ। ସମୁଦ୍ରର ସନ୍ତୁଳନ ରକ୍ଷା କରିବାରେ ଏହି ମୂଲ୍ୟବାନ ଜୀବମାନଙ୍କର ଗୁରୁତ୍ୱ ଏବଂ ସେମାନଙ୍କ ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।
ବିଶିଷ୍ଟ ସାମୁଦ୍ରିକ କଇଁଛ ଜୀବବିଜ୍ଞାନୀ ତଥା ସଂରକ୍ଷଣବାଦୀ ଡ. ଆର୍ଚି କାର୍ (Dr. Archie Carr) ଙ୍କ ଜନ୍ମଦିନ ଅବସରରେ ଏହା ପାଳନ କରାଯାଏ। ପୃଥିବୀରେ ମୋଟ ୭ ପ୍ରକାରର ସାମୁଦ୍ରିକ କଇଁଛ ଅଛନ୍ତି। ସେଥିମଧ୍ୟରୁ ଅଧିକାଂଶ ପ୍ରଜାତି ବର୍ତ୍ତମାନ ବିପଦର ସମ୍ମୁଖୀନ ହେଉଛନ୍ତି।
ସାମୁଦ୍ରିକ କଇଁଛଗୁଡ଼ିକ ସମୁଦ୍ର ତଳର ଘାସକୁ ସଫା ରଖିବା ସହ ସାମୁଦ୍ରିକ ଜୈବ ବିବିଧତା ବଜାୟ ରଖିବାରେ ସାହାଯ୍ୟ କରନ୍ତି। ଓଡ଼ିଶା ଉପକୂଳ ବିଶ୍ୱର ସବୁଠାରୁ ବଡ଼ ଅଲିଭ୍ ରିଡ୍ଲେ କଇଁଛଙ୍କ ପ୍ରଜନନ କେନ୍ଦ୍ର। ପ୍ରତିବର୍ଷ ଲକ୍ଷ ଲକ୍ଷ ଅଲିଭ୍ ରିଡ୍ଲେ କଇଁଛ ଓଡ଼ିଶାର ଗହୀରମଥା ଏବଂ ଋଷିକୁଲ୍ୟା ନଦୀ ମୁହାଣକୁ ଅଣ୍ଡା ଦେବା ପାଇଁ ଆସିଥାଆନ୍ତି, ଯାହାକୁ ‘ଆରିବାଡା’ କୁହାଯାଏ। ସେମାନଙ୍କ ଅଣ୍ଡା ଏବଂ ସାମୁଦ୍ରିକ ପରିବେଶକୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହୋଇଥାଏ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
ମିଥୁନ୍ ଚକ୍ରବର୍ତ୍ତୀ (ଜନ୍ମ- ୧୯୫୦)ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତା, ପ୍ରଯୋଜକ ଏବଂ ରାଜନୀତିଜ୍ଞ। ୧୯୮୦ ଦଶକରେ ‘ଡିସ୍କୋ ଡ୍ୟାନ୍ସର୍’ ଭାବରେ ପରିଚିତ। ଅନେକ ଜାତୀୟ ପୁରସ୍କାର ପାଇଛନ୍ତି। ପରବର୍ତ୍ତୀ ସମୟରେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ। ଆଜି ବି ସେ ବଲିଉଡ୍ ଏବଂ ଆଞ୍ଚଳିକ ଫିଲ୍ମରେ ସକ୍ରିୟ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଚିତ୍ତରଞ୍ଜନ ଦାସ (ମୃତ୍ୟୁ–୧୯୨୫) ଜଣେ ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ଏବଂ ରାଜନେତା। ସେ ସ୍ୱରାଜ ପାର୍ଟି ପ୍ରତିଷ୍ଠା କରିଥିଲେ ଏବଂ ବଙ୍ଗଳାର ଜନପ୍ରିୟ ନେତା ଥିଲେ।
୨. ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ (ମୃତ୍ୟୁ–୧୯୪୪): ବିଖ୍ୟାତ ବଙ୍ଗଳୀ ରସାୟନବିଦ୍, ଶିକ୍ଷାବିଦ୍ ଏବଂ ଉଦ୍ୟୋଗପତି। ସେ ବେଙ୍ଗଳ କେମିକାଲ୍ସ୍ ଏଣ୍ଡ୍ ଫାର୍ମାସ୍ୟୁଟିକାଲ୍ସ୍ କମ୍ପାନୀର ପ୍ରତିଷ୍ଠାତା ଏବଂ ଭାରତୀୟ ବିଜ୍ଞାନର ପ୍ରଣେତା ଭାବେ ପରିଚିତ।
୩. ଚାର୍ଲସ୍ କୋରିଆ (ମୃତ୍ୟୁ–୨୦୧୫) ପ୍ରସିଦ୍ଧ ଭାରତୀୟ ସ୍ଥପତି ଏବଂ ସହର ପରିକଳ୍ପନାକାର। ଆଧୁନିକତାକୁ ସ୍ଥାନୀୟ ପରିବେଶ ସହ ମିଶାଇ କାର୍ଯ୍ୟ କରିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୬୦୬ – ପଞ୍ଚମ ଶିଖ ଗୁରୁ ଅର୍ଜନ ଦେବଙ୍କୁ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ନିର୍ଦ୍ଦେଶରେ ଫାଶୀ ଦିଆଯାଇଥିଲା।
୧୮୫୮ – ତାଣ୍ଟିଆ ଟୋପେଙ୍କ ନେତୃତ୍ୱରେ ଭାରତୀୟ ବିଦ୍ରୋହୀ ବାହିନୀ ପ୍ରଥମ ସ୍ୱାଧୀନତା ଯୁଦ୍ଧ ସମୟରେ ବ୍ରିଟିଶଙ୍କ ବିରୁଦ୍ଧରେ ଲଢ଼ିଥିଲେ।
୧୯୦୩ – ହେନରୀ ଫୋର୍ଡ ଆନୁଷ୍ଠାନିକ ଭାବରେ ତାଙ୍କର ପ୍ରତିଷ୍ଠିତ ଅଟୋମୋବାଇଲ୍ କମ୍ପାନୀକୁ ଆରମ୍ଭ କରିଥିଲେ।
୧୯୬୩ – ମହାକାଶରେ ପ୍ରଥମ ମହିଳା: ସୋଭିଏତ୍ ମହାକାଶଚାରୀ ଭାଲେଣ୍ଟିନା ତେରେସକୋଭା ଭୋଷ୍ଟକ୍ ୬ ମହାକାଶଯାନରେ ଇତିହାସ ରଚିଥିଲେ।
୧୯୭୬ – ସୋୱେଟୋ ବିଦ୍ରୋହ: ଦକ୍ଷିଣ ଆଫ୍ରିକାରେ ହଜାର ହଜାର କଳା ଛାତ୍ର ଶିକ୍ଷା କ୍ଷେତ୍ରରେ ବର୍ଣ୍ଣବୈଷମ୍ୟ ନୀତି ବିରୁଦ୍ଧରେ ପ୍ରତିବାଦ କରିଥିଲେ।
୧୯୮୩ – : ଛତିଶଗଡ଼ର ବିଳାସପୁରରେ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା।
୨୦୧୦ – ସମ୍ପୂର୍ଣ୍ଣ ତମାଖୁ ନିଷେଧ: ଭୁଟାନ ବିଶ୍ୱର ପ୍ରଥମ ଦେଶ ହୋଇଥିଲା ଯେଉଁଠାରେ ଦେଶବ୍ୟାପୀ ତମାଖୁ ବିକ୍ରୟ ଏବଂ ଉତ୍ପାଦନ ଉପରେ ନିଷେଧ ଲାଗୁ କରାଯାଇଥିଲା।