ନୂଆଦିଲ୍ଲୀ, ୧୬/୦୬: ଆସନ୍ତା ଜୁନ୍ ୨୧ ତାରିଖରେ ଏନଟିଏ ପରିଚାଳିତ ନିଟ୍ ୟୁଜି-୨୦୨୬ ପରୀକ୍ଷା ଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ସୋସିଆଲ୍ ମିଡ଼ିଆ ‘ଟେଲିଗ୍ରାମ୍’ ଭାରତରେ ବନ୍ଦ ରହେ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ଦ୍ୱାରା ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ହେବା ପାଇଁ ଘୋଷଣା କରାଯାଇଛି। ୨୧ ତାରିଖ ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା ପାଇଁ କଟକଣା ଲାଗୁ କରାଯାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶକୁ NTA ସ୍ୱାଗତ କରିଛି।
ଅନ୍ୟପଟେ ଗୁଜବକୁ ବିଶ୍ୱାସ ନକରିବାକୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଅପିଲ୍ କରିଛି। ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା ପୂର୍ବରୁ ଆଡ୍ଭାଇଜରୀ ଜାରି କରାଯାଇଛି। କେହି ପ୍ରଶ୍ନପତ୍ର ଅଫର୍ ଦେଲେ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ରିପୋର୍ଟ ପରେ ତୁରନ୍ତ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ପୂର୍ବରୁ କାହା ପାଖରେ ପ୍ରଶ୍ନପତ୍ର ନାହିଁ। ନକଲି ୱେବସାଇଟ୍ ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ଠକିବାକୁ ଚକ୍ରାନ୍ତ ହେଉଛି ବୋଲି କହିଛି ଏନଟିଏ।