ବିଳମ୍ବରେ ସ୍କୁଲ ଯାଉଥିଲେ ଶିକ୍ଷୟିତ୍ରୀ, ହାବୁଡ଼ରେ ପଡିଗଲେ ମନ୍ତ୍ରୀ

ଭୁବନେଶ୍ୱର: ରାସ୍ତାରେ ସ୍କୁଟିରେ ଯାଉଥିବା ଦୁଇ ଶିକ୍ଷୟତ୍ରୀଙ୍କୁ ଅଟକାଇଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ବିଳମ୍ଭରେ କାହିଁକି ସ୍କୁଲ୍ ଯାଉଛ ବୋଲି ପଚାରିଥିଲେ । ହେଲେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଦୁଇ ଶିକ୍ଷୟତ୍ରୀ । ପିପିଲି ଟୋଲ୍ ଗେଟ୍ । ସମୟ ଦିନ ୧୦ଟା ୨୦ ହେବ। ମନ୍ତ୍ରୀ ସମୀର ଦାଶ ନିମାପଡା ଗ୍ରସ୍ତ ରେ ବାହାରୁଥିଲେ। ହଠାତ୍ ତାଙ୍କର ନଜର ପଡ଼ିଲା ପିପିଲି ଟୋଲ ଗେଟ ନିକଟରେ ଦୁଇଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଛନ୍ତି ।

ଗାଡ଼ି ରଖି ଶିକ୍ଷୟତ୍ରୀ ଦ୍ୱୟଙ୍କୁ ଅଟକାଇଲେ। ଏତେ ଲେଟ ରେ କାହିଁକି ସ୍କୁଲ ଯାଉଥିବା କଥା ପଚାରିଥିଲେ l ହେଲେ ଶିକ୍ଷୟତ୍ରୀ ଦୁହେଁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ମନ୍ତ୍ରୀ ଏଥିରେ ରାଗି ଯାଇଥିଲେ। ଆଗକୁ ଇମିତି ଭୁଲ ନକରିବାକୁ ତାଗିଦ୍ କରିଥିଲେ । ପରେ ମନ୍ତ୍ରୀ ପିପିଲି ନିମାପଡା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗ୍ରସ୍ତ କରିଥିଲେ । ଦିନ10.23ରେ ମଧ୍ୟ ସେଠି ପିଲାମାନେ ହତାରେ ଏଣେ ତେଣେ ବୁଲୁଥିବାର ଦେଖିଥିଲେ , ଶିକ୍ଷକ ମାନେ ଅଫିସ ଭିତରେ ଏକାଠି ବସି କଥା ହଉଥିବାର ଓ ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରି ଥିବାର ଦେଖିଥିଲେ l

ଏ ସବୁ ଦେଖି ମନ୍ତ୍ରୀ ରଗୁ ।ଏମିତିକି ସ୍କୁଲର କାଗଜ ପତ୍ରରେ ମଧ୍ୟ ଅନିଯମୀୟତା ଦେଖିବାକୁ ପାଇଥିଲେ ମନ୍ତ୍ରୀ। ସଙ୍ଗେ ସଙ୍ଗେ କାର୍ଯ୍ୟନୁଷ୍ଠାନ ନେଇଥିଲେ ମନ୍ତ୍ରୀ ।DEO ଓ BEO ଙ୍କୁ ଫୋନ କରି ଏହି ସ୍କୁଲର 8ଜଣ ଶିକ୍ଷକ ଙ୍କୁ କାରଣ ଦର୍ଶlଅ ନୋଟିସ ଜାରି କରିବା ସହ ଦରମା ବନ୍ଦ ର ନୋଟିସ କରିବାକୁ ନିର୍ଦେଶ ଦେଇଥିଲେ ।