ଜାଭେଦ ଅଲ୍ଲୀଙ୍କ ସ୍ୱରରେ କମ୍ପିଲା ବାଲିଯାତ୍ରା ପଡିଆ, ଷଷ୍ଠ ସଂଧ୍ୟାରେ ମତୁଆଲା ହେଲେ ଦର୍ଶକ

ବାଲିଯାତ୍ରା ମୁଖ୍ୟ ଆକର୍ଷଣ ପାଲଟିଥିଲେ ବଲିଉଡର ଫେମସ୍ ସିଂଗର ଜାଭେଦ ଅଲ୍ଲୀ । ରବିବାର ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ପରିବେଷଣ କରି ସମସ୍ତଙ୍କୁ ମତୁଆଲା କରିଥିଲେ । ସେପଟେ ନିଜ ଫେଭରାଇଟ୍ ସିଂଗରକୁ ପାଖରୁ ଦେଖି ବେଶ୍ ଖୁସି ଥିଲେ ସଂଗୀତ ପ୍ରେମୀ । ଷଷ୍ଠ ସନ୍ଧ୍ୟାରେ ମନ ମୋହିଥିଲେ ବଲିଉଡ ସିଂଗର ଜାଭେଦ ଅଲ୍ଲୀ । ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ପରିବେଷଣ କରି ମାହୋଲକୁ ଜମେଇଥିଲେ ।

ବିଶେଷକରି ‘ତୁ ମେରୀ ଅଧୁରୀ ଖ୍ଵାବ, କେହେନେ କୋ ଯଶନ ବାହାରା ହେ, ତୁ ଜୋ ମିଲା, ତୁ ଧଡ଼କନ ମେ ଦିଲ, ଶ୍ରୀଭଲ୍ଲି ଭଳି ମନଲୋଭା ଗୀତରେ ଝୁମିଥିଲେ ଦର୍ଶକ । ଓଡ଼ିଶାରେ ଅନେକ ଭଲ ସିଂଗର ଅଛନ୍ତି ବୋଲି ଜାଭେଦ କହିଛନ୍ତି । ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସିବା ସହ ଏତେ ସଂଖ୍ୟକ ଶ୍ରୋତାଙ୍କୁ ଦେଖି ଉତ୍ସାହିତ ଥିଲେ ଜାଭେଦ ।

ଆସନ୍ତା ବର୍ଷ ମଧ୍ୟ ବାଲିଯାତ୍ରା ଆସିବେ ବୋଲି ସେ କହିଛନ୍ତି । ସେପଟେ ଜାଭେଦଙ୍କୁ ଅତି ନିକଟରୁ ଦେଖି ବେଶ ଖୁସି ଥିଲେ ତାଙ୍କ ପ୍ରଶଂସକ । ତାଙ୍କ କଣ୍ଠରେ ନିଜ ପସନ୍ଦର ଗୀତ ଶୁଣାଇବାକୁ ଫରମାଇସ୍ ବି କରିଥିଲେ । ସବୁବେଳେ ଫିଲ୍ମରେ ତାଙ୍କ ଗୀତ ଶୁଣିବା ସହ ଟିଭିରେ ତାଙ୍କୁ ଦେଖିଥିଲେ । ଏବେ ଲାଇଭ ଶୋରେ ତାଙ୍କ ପରଫର୍ମାନ୍ସ ଦେଖିବାକୁ ମିଳିଥିବାରୁ ଖୁସଥିବା କହିଛନ୍ତି ଦର୍ଶକ ।