ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୩୫ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ

ପୂରା ଦେଶର ଚିତ୍ରକୁ ଜନସାଧାରଣଙ୍କ ଆଗରେ “ମନ୍ କି ବାତ୍‌” ମାଧ୍ୟମରେ ରଖୁଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ

ମୋଦିଜୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପୂରା ବିଶ୍ୱରେ ଅନନ୍ୟ: ମନମୋହନ ସାମଲ

ଭୁବନେଶ୍ୱର, ୨୮/୦୬: ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୫ ତମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଉପଲବ୍ଧି ବିଷୟରେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀ ଏକ ମାତ୍ର ରାଷ୍ଟ୍ରମୁଖ୍ୟ ଯିଏକି ବିଶ୍ୱରେ ଏଭଳି ଅନନ୍ୟ କାର୍ଯ୍ୟକ୍ରମ କରୁଛନ୍ତି । ପୂରା ଦେଶର ଚିତ୍ରକୁ ଜନସାଧାରଣଙ୍କ ଆଗରେ “ମନ୍ କି ବାତ୍‌” ମାଧ୍ୟମରେ ରଖୁଛନ୍ତି । ଖେଳଠାରୁ ଆରମ୍ଭ କରି, ଐତିହ୍ୟ, ପରମ୍ପରା ବିଷୟରେ ଦେଶବାସୀଙ୍କୁ ଅବଗତ କରାଇବା ସହ ସାଧାରଣ ଲୋକଙ୍କ ଦକ୍ଷତା ଓ ଯୋଗ୍ୟତାକୁ ପ୍ରଶଂସା କରୁଛନ୍ତି । ଯିଏ ନିଷ୍ଠା ଓ ଧର୍ଯ୍ୟର ସହ କାମ କରୁଛି, ତାର ତପସ୍ୟା, ସାଧନା, ଆତ୍ମବିଶ୍ୱାସକୁ ବଢ଼ାଇବା ସହ ସେମାନଙ୍କ ବିଷୟକୁ ଲୋକଲୋଚନକୁ ଆଣି ଯଶସ୍ୱୀ ପଧାନମନ୍ତ୍ରୀ ମୋଦିଜୀ ସେମାନଙ୍କୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରୁଛନ୍ତି ବୋଲି ଭୁବନେଶ୍ୱର ଉତର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୯୬ ନମ୍ବର ବୁଥ୍‌ରେ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିବା ପରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ଆଜିର ଅଧ୍ୟାୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ସୁରକ୍ଷା କ୍ଷେତ୍ରରେ ଦେଶର ଉପଲବ୍ଧି, ସ୍ୱଦେଶୀ ଜ୍ଞାନ କୌଶଳ, ଯୋଗରେ ଭାରତର ସଫଳତା, ବର୍ଷା ଜଳ ସଂରକ୍ଷଣ, ସ୍ୱଦେଶୀ ମାଟିରେ ପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତି ନିର୍ମାଣ, ଆସାମର ହର୍ଗିଲା ପକ୍ଷୀ ସଂରକ୍ଷଣ, ମେଘାଳୟର ନୈସର୍ଗିକ ସୌନ୍ଦର୍ଯ୍ୟ, ରୁଟ୍ ବ୍ରିଜ, ନାଗାଲାଣ୍ଡାର ବେବି ଲିଗ୍‌, ମଧ୍ୟପ୍ରଦେଶରେ ପ୍ଲାଷ୍ଟିକ୍ ବର୍ଜନ ସଚେତନତା ଆଦି ପ୍ରସଙ୍ଗ ଉଠାଇ ଭାରତର ବିବିଧ ସାଂସ୍କୃତିକ ଓ ପ୍ରାକୃତିକ ସମ୍ପଦ ବିଷୟରେ ଦେଶବାସୀଙ୍କୁ ଅନୁପ୍ରାଣିତ କରିଛନ୍ତି । ଏଥିସହ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଏଆଇ, ଡାଟାସାଇନ୍ସ କୋର୍ସ ଆରମ୍ଭ, ନାଳନ୍ଦା ବିଶ୍ୱବିଦ୍ୟାଳୟ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆଦି ବିଷୟରେ ଆଲୋଚନା କରି ଆତ୍ମନିର୍ଭରଶୀଳ, ସୁସ୍ଥ, ସଶକ୍ତ ଓ ବିକଶିତ ଭାରତ ଗଢ଼ିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ।

ଅପରପକ୍ଷେ ସ୍ୱର୍ଗତଃ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକ ପୂର୍ତି ୬ ଜୁଲାଇରେ ପଡ଼ୁଥିବାରୁ ତାଙ୍କ ସ୍ମୃତିରେ ୨୩ ଜୁନ୍ (ବଳିଦାନ ଦିବସ)ରୁ ୬ ଜୁଲାଇ (ଜନ୍ମଦିବସ) ପର୍ଯ୍ୟନ୍ତ ସ୍ମୃତିପକ୍ଷ ପାଳନ କରାଯାଉଛି । ଏନେଇ “ମନ କି ବାତ” କାର୍ଯ୍ୟକ୍ରମରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ଫଟୋଚିତ୍ରରେ ଶ୍ରୀ ସାମଲଙ୍କ ସମେତ ଉପସ୍ଥିତ କାର୍ଯ୍ୟକର୍ତାମାନେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ବ୍ରହ୍ମାକୁମାରୀ ଆଶ୍ରମ ପରିସରରେ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ମୁଖପାତ୍ର ଶ୍ରୀ ତପନ କୁମାର ଚାନ୍ଦ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ମଣ୍ଡଳ ସଭାପତି ଶ୍ରୀ ବିଭୁତି ଭୂଷଣ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।