ଭୁବନେଶ୍ୱର, ୨୯/୦୬: ରାଜଧାନୀରେ ବିଭତ୍ସ ମର୍ଡ଼ର। ଲୁହା ରଡରେ ପିଟିପିଟି ନିର୍ମମ ହତ୍ୟା। ଯୁବକଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଖଣ୍ଡଗିରି କୋଳଥିଆ ଛକରେ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଖଣ୍ଡଗିରି ପୋଲିସ ପହଞ୍ଚି ଛାନଭିନ କରୁଛି।
ସୂଚନା ଅନୁଯାୟୀ, ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର କୃଷ୍ଣ ପାଢ଼ୀ। ଗତ କାଲି ବିଳମ୍ବିତ ରାତିରେ ତାଙ୍କ ପରିବାର ଲୋକଙ୍କ ସାମ୍ନାରେ ୩ ମୁଖା ପିନ୍ଧା ଦୁର୍ବୃତ୍ତ ପିଟିପିଟି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଜମିବାଡ଼ି ବିବାଦରୁ ସୁପାରି କିଲର ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଡିସିପି ଜଗମୋହନ ମୀନା ପହଞ୍ଚି ତଦନ୍ତ କରିଛନ୍ତି।