ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍ ପରେ ସେବାରୁ ନିବୃତ୍ତ କରାଯିବ
ଭୁବନେଶ୍ୱର, ୦୩/୦୭: ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ସ୍ୱାସ୍ଥ୍ୟ ବିଭାଗ। OMSA ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।
OMHS କ୍ୟାଡର୍ ମେଡିକାଲ ଅଫିସରଙ୍କ ଦରମା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ରାଜ୍ୟର ସବୁ ମେଡିକାଲ୍ କଲେଜ ଓ ହସ୍ପିଟାଲ୍, ସିଡିଏମ୍ ଓ ପିଏଚ୍ଓଙ୍କୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ, ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍ ପରେ କାର୍ଯ୍ୟରୁ ନିବୃତ୍ତ କରାଯିବ।
ସୂଚନାଯୋଗ୍ୟ, ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA)ର ଧର୍ମଘଟ ଜାରି ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି OMSA ସାଧାରଣ ସଂପାଦକ କିଶୋର ଚନ୍ଦ୍ର ମିଶ୍ର।