ସୁବର୍ଣ୍ଣପୁର, ୦୫/୦୭: ଲାଞ୍ଚ ନେବା ସରପଞ୍ଚଙ୍କୁ ପଡ଼ିଲା ମହଙ୍ଗା। ଭିଜିଲାନ୍ସ ଜାଲରେ ଫସିଲେ ମହିଳା ସରପଞ୍ଚ। ଲାଞ୍ଚ ନେବାବେଳେ ମହିଳା ସରପଞ୍ଚଙ୍କୁ ଗିରଫ କରିଛି ଭିଜିଲାନ୍ସ।
ସୁବର୍ଣ୍ଣପୁର ନିମ୍ନା ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ମତ୍ସ୍ୟଚାଷ ପାଇଁ ସବ୍ସିଡି ଦେବାକୁ ଲାଞ୍ଚ ମାଗିଥିଲେ। ଏକ ସ୍ୱୟଂ ସହାୟକ ଗୋଷ୍ଠୀରୁ ୨୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ସରପଞ୍ଚଙ୍କୁ ଗିରଫ କରିବା ପରେ ତାଙ୍କ ସହ ଜଡ଼ିତ ୨ଟି ଠିକଣାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।