ଗୋ ମାଫିଆଙ୍କୁ ସହଯୋଗ କରି ୨ ପୋଲିସ ନିଲମ୍ବିତ

ହୋମ୍‌ଗାର୍ଡଙ୍କୁ ବହିଷ୍କାର ପାଇଁ ସୁପାରିସ୍‌

ବାରିପଦା, ୦୫/୦୭: ଗୋ ମାଫିଆକୁ ସହଯୋଗ ଅଭିଯୋଗରେ ୨ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଝାରପୋଖରିଆ ଥାନାର ASI ରଞ୍ଜିତ ନାୟକ ଓ କନଷ୍ଟେବଳ ଆଶିଷ ନାୟକଙ୍କୁ ନିଲମ୍ବିତ କରାଯାଇଛି। ଆଉ ଜଣେ ହୋମ୍‌ଗାର୍ଡଙ୍କୁ ବହିଷ୍କାର ପାଇଁ ସୁପାରିସ୍‌ କରିଛନ୍ତି ଏସ୍‌ପି

ସୂଚନାଯୋଗ୍ୟ, ଜୁନ୍ ୧୩ ତାରିଖରେ ଗୋ ମାଫିଆ ଘରେ ରେଡ୍ ହୋଇଥିଲା। ରେଡ୍‌ ପୂର୍ବରୁ ପୋଲିସ ଠାରୁ ଆଗୁଆ ସୂଚନା ପାଇ ଫେରାର ହୋଇ ଯାଇଥିଲା ମାଫିଆ।