ସାଂସଦ ସମ୍ବିତ ପାତ୍ରଙ୍କ ହ୍ବାଟ୍ସଆପ୍ ନମ୍ବର ହ୍ୟାକ୍
ନମ୍ବର ହ୍ୟାକ୍ ପରେ ବିଭିନ୍ନ ମେସେଜ ଦ୍ବାରା ଟଙ୍କା ମଗାଯାଉଥିବା ଅଭିଯୋଗ
ପୁରୀ, ୦୫/୦୭: ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ହ୍ବାଟ୍ସଆପ୍ ନମ୍ବର ହ୍ୟାକ୍। ଏ ନେଇ ନିଜେ ସୂଚନା ଦେଲେ ସାଂସଦ ସମ୍ବିତ ପାତ୍ର। ନମ୍ବର ହ୍ୟାକ୍ ପରେ ବିଭିନ୍ନ ମେସେଜ ଦ୍ବାରା ଟଙ୍କା ମଗାଯାଉଥିବା ଅଭିଯୋଗ କରିଛନ୍ତି ସମ୍ବିତ ପାତ୍ର।
ତେଣୁ ଏଭଳି ମେସେଜକୁ ବିଶ୍ବାସ ନ କରିବାକୁ ସମ୍ବିତ ପାତ୍ରଙ୍କ ଅନୁରୋଧ କରିଛନ୍ତି। ଏନେଇ ପୋଲିସକୁ ଅବଗତ କରାଯାଇଥିବା କହିଛନ୍ତି।