ବିସ୍ଫୋରଣରେ ଥରିଲା ଡାମାସ୍କସ

ମାକ୍ରୋନ ସୁରକ୍ଷିତ, ଅହମ୍ମଦ ଅଲ-ଶାରାଙ୍କ ସହ ବୈଠକ ଅନୁଷ୍ଠିତ

ଡାମାସ୍କସ, ୦୭/୦୭: ସିରିଆର ରାଜଧାନୀ ଡାମାସ୍କସରେ ମଙ୍ଗଳବାର ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ ସିରିଆର ରାଷ୍ଟ୍ରପତି ଅହମ୍ମଦ ଅଲ-ଶାରାଙ୍କ ସହ ବୈଠକ କରୁଥିବା ସମୟରେ ଦୁଇଟି ବିସ୍ଫୋରଣ ଘଟିଛି।

ଡାମାସ୍କସ୍‌ର ଫୋର୍ ସିଜନ୍ସ ହୋଟେଲ୍ ନିକଟରେ ଘଟିଛି, ଯେଉଁଠାରେ ମାକ୍ରୋନ ରହୁଛନ୍ତି। ମାକ୍ରୋନଙ୍କ ମୋଟରକେଡ୍ ହୋଟେଲ୍ ଛାଡ଼ି ରାଷ୍ଟ୍ରପତି ଭବନକୁ ଯିବା ପରେ ଏହି ବିସ୍ଫୋରଣ ଘଟିଥିଲା।

ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି ଯେ ମାକ୍ରୋନ ସୁରକ୍ଷିତ ଥିଲେ ଏବଂ ସେ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିନଥିଲେ। ବୈଠକ ନିର୍ଦ୍ଧାରିତ ସମୟରେ ହୋଇଥିଲା।

ସିରିଆର ସରକାରୀ ଗଣମାଧ୍ୟମ ଅନୁସାରେ, ଅତି କମରେ ୧୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୪ ଜଣ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି। ପୋଲିସ ସେହି ଅଞ୍ଚଳକୁ ଘେରାଉ କରି ତଦନ୍ତ ଆରମ୍ଭ କରିଛି।