ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବିନତାଙ୍ଗ ଆଦିପୂର୍ଣ୍ଣା’ ସମ୍ମାନ

ପ୍ରବୋଓ ସବିଆଣ୍ଟୋଙ୍କ ଦ୍ଵାରା ସମ୍ମାନିତ

ନୂଆଦିଲ୍ଲୀ, ୦୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ବିନତାଙ୍ଗ ଆଦିପୂର୍ଣ୍ଣା ଅଫ୍ ଦି ରିପବ୍ଲିକ୍ ଅଫ୍ ଇଣ୍ଡୋନେସିଆ’ ସମ୍ମାନରେ ସମ୍ମାନିତ କରାଯାଇଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସବିଆଣ୍ଟୋ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଏହି ପୁରସ୍କାର ଭାରତ-ଇଣ୍ଡୋନେସିଆ ବନ୍ଧୁତାକୁ ସ୍ୱୀକୃତି ପ୍ରଦାନ କରିଛି। ଭାରତ-ଇଣ୍ଡୋନେସିଆ ବନ୍ଧୁତାକୁ ସୁଦୃଢ଼ କରିବା ଏବଂ ଇଣ୍ଡୋନେସିଆର ଏକତା, ନିରନ୍ତରତା ଏବଂ ସମୃଦ୍ଧିକୁ ଆଗକୁ ବଢାଇବାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସ୍ୱୀକୃତି ସ୍ୱରୂପ ଏହାକୁ ପୁରସ୍କୃତ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତର ଜନସାଧାରଣ ଏବଂ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସ୍ଥାୟୀ ବନ୍ଧୁତାକୁ ଉତ୍ସର୍ଗ କରିଛନ୍ତି ବୋଲି କହିଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ କହିଛନ୍ତି ଯେ ଏହି ସମ୍ମାନ “ଆମର ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ଏବଂ ଭାରତ – ଏସିଆନ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ପ୍ରୟାସର ଏକ ପ୍ରମାଣ।”

ସୂଚନାଯୋଗ୍ୟ, ୧୯୫୯ ମସିହାରେ ଆରମ୍ଭ ହୋଇଥିବା ବିନ୍ତାଙ୍ଗ ଆଦିପୂର୍ଣ୍ଣା ହେଉଛି ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ। ଏହି ସମ୍ମାନ ଇଣ୍ଡୋନେସିଆର ଏକତା, ନିରନ୍ତରତା ଏବଂ ସମୃଦ୍ଧି ପାଇଁ ଅସାଧାରଣ ସେବା ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଏ।