ବନାଞ୍ଚଳ ସ୍ତରୀୟ ୭୭ତମ ବନ ମହୋତ୍ସବ ପାଳିତ

ମା’ଙ୍କ ନାମରେ ଗଛ ଟିଏ

କଲ୍ୟାଣସିଂହପୁର, ୭/୭(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ସତୀ ତୋଟା ଠାରେ ବନାଞ୍ଚଳ ସ୍ତରୀୟ ୭୭ତମ ବନ ମହୋତ୍ସବ ପାଳନ କରାଯାଇଛି। ଏଥିରେ ବନବିଭାଗର ରେଞ୍ଜର ସଚ୍ଚିଦାନନ୍ଦ ପରିଡା ଙ୍କ ନେତୃତ୍ୱ ରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

ଶିବ ମନ୍ଦିର ଓ ବିଦ୍ୟାଳୟ ପ୍ରାଙ୍ଗଣ ରେ ପ୍ରାୟ ୫୫୦ଟି ଔଷଧୀୟ ବୃକ୍ଷ, ପରିବେଶ କୁ ସୌନ୍ଦର୍ଯ୍ୟ କରୁଥିବା ବୃକ୍ଷ ସହ ଫଳ ଜାତୀୟ ବୃକ୍ଷ ରୋପଣ କରିଥିଲେ। ଏହାପରେ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀଙ୍କୁ ନେଇ ହାତରେ ଫ୍ଲା କାର୍ଡ ଧରି ମା ଙ୍କ ନାମରେ ଗଛ ଟିଏ ରୋପଣ କରିବା, ପରିବେଶ କୁ ସବୁଜ ସୁନ୍ଦର କରିବା, ଗଛ ଲଗାଇ ତାର ଯତ୍ନ ନେବା, ଗଛ କାଟିବା ନାହିଁ, ଜଙ୍ଗଲ ସୁରକ୍ଷା ନେଇ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଏହା ପରେ ବରିଷ୍ଠ, ଉପ କନିଷ୍ଠ ଓ କନିଷ୍ଠ ବିଭାଗ ର ଛାତ୍ର ଛାତ୍ରୀଙ୍କୁ ନେଇ ପ୍ରବନ୍ଧ,କୁଇଜ,ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା କରାଯାଇଥିଲା।ଏଥିରେ କୃତି ୩୦ଜଣ ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି।

ଏହା ପରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଗଦାଧର ବେହେରା ଙ୍କ ଅଧ୍ୟକ୍ଷାତା ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ଯୋଗ ଦେଇଥିବା ବେଳେ ବକ୍ତା ଭାବେ ରେଞ୍ଜର ସଚ୍ଚିଦାନନ୍ଦ ପରିଡା ଓ ସୁନାଖଣ୍ଡି ସରପଞ୍ଚ ସଞ୍ଜୟ ନିଶିକା, ବନପାଳ ବରଖାରନି ପାତ୍ର, ଅଶ୍ୱିନୀ କୁମାର କରକରିଆ, ହରିବନ୍ଧୁ ବାଉରୀ ସଂମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ।ବୃକ୍ଷର ମହତ୍ତ୍ୱ ଓ ମନୁଷ୍ୟ ଜୀବନର କେତେକ ଆବଶ୍ୟକ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ବୁଝାଇ ଥିଲେ। ବିଦ୍ୟାଳୟ ର ଶିକ୍ଷକ ଉମେଶ ଚନ୍ଦ୍ର ଦାସ ମଞ୍ଚ ପରିଚାଳନା, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରମେଶ ଚନ୍ଦ୍ର ବରାଳ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସ୍କାଉଟ, ଜେ ଆର ସି, ଏସ ପି ଟି ଛାତ୍ର, ବିଦ୍ୟାଳୟ ଶିକ୍ଷକ ଓ ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।