ତେଜିଲା ମା’ ହସ୍ତୀବାହିନୀଙ୍କ ବିଜେସ୍ଥଳୀ ପରିବର୍ତ୍ତନ ବିବାଦ
ଦେବୋତ୍ତରରେ ଶତାଧିକ ଗ୍ରାମବାସୀଙ୍କ ଅଭିଯୋଗ; ଟ୍ରଷ୍ଟ ବୋର୍ଡ ଅବଧି ଶେଷ ବେଳେ ତରବରିଆ ମଞ୍ଜୁରି
ବିଜେସ୍ଥଳୀ ବଦଳିଲେ ଗାଁ ଉପରେ ମାଡ଼ିଆସିବ ବିପଦ
ଭୁବନେଶ୍ୱର, ୦୭/୦୭: କଟକ ଗତିରାଉତ ପାଟଣାର ଅଧିଷ୍ଠାତ୍ରୀ ଦେବୀ ମା’ ହସ୍ତୀବାହିନୀଙ୍କ ବିଜେସ୍ଥଳୀ ପରିବର୍ତ୍ତନକୁ କେନ୍ଦ୍ର କରି ବିବାଦ ତେଜିବାରେ ଲାଗିଛି। ଗ୍ରାମସଭାରେ ସଂଖ୍ୟାଗରିଷ୍ଠ ଲୋକେ ଦେବୋତ୍ତର ବିଭାଗର ଏହି ସ୍ପର୍ଶକାତର ଘଟଣାରେ ହସ୍ତକ୍ଷେପକୁ ବିରୋଧ କରିଛନ୍ତି । ଠାକୁରାଣୀଙ୍କ ବିଜେସ୍ଥଳୀ ଓ ମନ୍ଦିର ଅକ୍ଷତ ଥିବା ବେଳେ ଅନ୍ୟରୁ ନୂଆ ମନ୍ଦିର କରି ସେଠାରେ ଠାକୁରାଣୀଙ୍କୁ ସ୍ଥାପନ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠାଇଛତି। ଶତାଧିକ ଗ୍ରାମବାସୀ ଦେବୋତ୍ତର ରବନରେ ପହଞ୍ଚି ଏହି ଅଣପାରମ୍ପରିକ ପୁଟନିଷ୍ପଲି ପରିବର୍ତ୍ତନ ପାଇଁ ଦରଖାସ୍ତ ଦେଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ମୁତବକ, କଟକ ତହସିଲ, ମୌଜା- ଗଡ଼େଇ ଗତିରାଉତ ପାଟଣା, ଖତା ନମ୍ବର-୭, ପ୍ଳଟ ନଂ- ୧୫୫୮ ଓ ୧୫୫୯ରେ ହସ୍ତୀବାହିନୀ ଠାକୁରାଣୀଙ୍କ ବିଜେସ୍ଥଳୀ। ତହସିଲ ରେକର୍ଡରେ ଏହାର କିସମ ଦେବସ୍ଥଳୀ ଉଲ୍ଲେଖ ରହିଛି। ଏହାର ମାର୍ଫିତଦର ଖୋଦ ଦେବୋତ୍ତର କମିଶନର ଅଛନ୍ତି। ମନ୍ଦିର ପରିଚାଳନା ପାଇଁ ଦେବୋତ୍ତର ବିଭାଗ ପା ପକ୍ଷନ୍ତୁ ଏକ ଟ୍ରଷ୍ଟ ବୋର୍ଡ ଗଠନ ହୋଇଛି। ଏହି ଟ୍ରଷ୍ଟ ବୋର୍ଡର କାର୍ଯ୍ୟକାଳ ଚଳିତ ବର୍ଷ ଜୁନ ମାସ ୧୭ ତାରିଖରେ ସରିଯାଇଛି। ଟ୍ରଷ୍ଟ ବୋର୍ଡ କାର୍ଯ୍ୟକାଳ ସରିବାର କିଛି ଦିନ ପୂର୍ବରୁ ସଦସ୍ୟଗଣ ଠାକୁରାଣୀଙ୍କ ମନ୍ଦିର ଅନ୍ୟରୁ ନିର୍ମାଣ କରିବା ପାଇଁ ଦେଇଥିଲେ । ଯାହାକି ଦେବୋତ୍ତର ଆଇନସିଦ୍ଧ ନୁହେଁ । ତଥାପି ଅତ୍ୟନ୍ତ ତରବରିଆ ଭାବେ ଦେବୋତ୍ତର କର୍ତ୍ତୃପକ୍ଷ ଟ୍ରଷ୍ଟ ବୋର୍ଡର ଏହି ଏହି ନିଷ୍ପଭିକୁ ମଞ୍ଜୁର କରିଦେଲେ । ଟ୍ରଷ୍ଟ ବୋର୍ଡ ପକ୍ଷରୁ ନୂଆ ମନ୍ଦିର ନିର୍ମାଣ ପାଇଁ ଦିଆଯାଇଥିବା ୪୭ଲକ୍ଷ ୨୨ ହଜାର ୧୪୨ଟଙ୍କାର ଅଟକଳ ଓ ନକ୍ସାକୁ ମଞ୍ଜୁର କରି ନୂଆ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଦେଲେ। କୌତୁହଳର ବିଷୟ ଯେ ଦେବୋତ୍ତର ଭବନରେ ୩୪ ବର୍ଷ ହେବ କୌଣସି ଯନ୍ତ୍ରୀ ନାହାନ୍ତି। କିନ୍ତୁ ମନ୍ଦିର କିମ୍ବା ଅନ୍ୟ ନିର୍ମାଣର ନକ୍ସା ମଞ୍ଜୁର ଅଣଯନ୍ତ୍ରୀମାନେ କିପରି କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଏହି ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଠାକୁରାଣୀଙ୍କ ବିଜେସ୍ଥଳୀ ତଥା ପୀଠର ଢାଞ୍ଚା ଅକ୍ଷତ ଥିବାବେଳେ ଅଧିକୋଟି ଟଙ୍କା ଖର୍ଚ୍ଚ କରି ନୂଆ ମନ୍ଦିରକୁ ଠାକୁରାଣୀଙ୍କୁ ଉଠାଇନେବା ଭଳି ଅଣପରମ୍ପରାକୁ ସେମାନେ ବି ବିରୋଧ କରିଥିଲେ। ଯଦିବା ଠାକୁରାଣୀଙ୍କ ନୂଆ ମନ୍ଦିର ହେବ ତେବେ ବିଜେସ୍ଥଳୀରେ ନହୋଇ ଅନ୍ୟତ୍ର ଏକ ଘରବାରି କିସମ ଜମିରେ କରିବା କ୍ଷେତ୍ରରେ କାହାର ସ୍ୱାର୍ଥ ନିହିତ ବୋଲି ସେମାନେ ଗ୍ରାମସଭାରେ ପ୍ରଶ୍ନ ଉଠାଇଥିଲେ । ଟ୍ରଷ୍ଟ ବୋର୍ଡର ଅବଧି ସରିବାକୁ ଯଉଥିବା ବେଳେ ନୂଆ ଟ୍ରଷ୍ଟ ବୋର୍ଡ ଗଠନ କରି ସଂଖ୍ୟା ଗରିଷ୍ଠ ଗ୍ରାମବାସୀଙ୍କ ମତାମତ ମୁତାବକ ଠାକୁରାଣୀଙ୍କ ମନ୍ଦିର ବିକଶ କରଯାଉ ବୋଲି ନିଷ୍ପତ୍ତି ନେଇଥିଲେ। ୫୦୦ ବର୍ଷ ପରେ ରାମ ଜନ୍ମଭୂମିଙ୍କ ବିଜେସ୍ଥଳୀରେ ରାମନ୍ଦିର ପ୍ରତିଷ୍ଠା ହେଲା । ଏହି ଭଳି ଅନେକ ଉଦାହରଣ ରହିଛି I ଆମ କ୍ଷେତ୍ରରେ ଏଭଳି ଅନ୍ୟାୟ କାହିଁକି ବୋଲି ସମସ୍ତେ ପ୍ରଶ୍ନ ଉଠାଇଥିଲେ। ଏହାପରେ ଗ୍ରାମ ସଭାର ନିଷ୍ପରି ସମ୍ବଳିତ କାଗଜପତ୍ର ସଲଗ୍ନ କରି ଶତାଧିକ ଗ୍ରାମବାସୀ ଦେବୋତ୍ତର ଭବନରେ ପହଞ୍ଚି ବିଜେସ୍ଥଳୀ ପରିବର୍ତ୍ତନ ନିଷ୍ପରିକୁ ହଟାଇନେବାକୁ ଦାବି କରିଥିଲେ। ଯାହାକି ବିଚାରାଧୀନ ରହିଛି। ଠାକୁରାଣୀଙ୍କ ବିଜେସ୍ଥଳୀ ପରିବର୍ତ୍ତନକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି।
ହସ୍ତୀବାହିନୀ ଠାକୁରାଣୀଙ୍କ ବିଜେସ୍ଥଳୀ ପରିବର୍ତ୍ତନ ସମ୍ପର୍କରେ ଦେବୋତ୍ତର ସହକାରୀ ଆୟୁକ୍ତ ରୋହିତ ରଞ୍ଜନ ମିଶ୍ର କହିଛନ୍ତି, ଠାକୁରାଣୀଙ୍କ ପୀଠ ସମ୍ପୂର୍ଣ୍ଣ ଭାବେ ଜରାଜୀର୍ଣ୍ଣ ହୋଇପଡ଼ିଛି । ବର୍ଷା ହେଲେ ପୀଠରେ ପାଣି ଗଳୁଛି। ପୁରୁଣା ପୀଠର ଅବସ୍ଥା ଏମିତି ଯେ ତାହାକୁ ମରାମତି କରିବା ସମ୍ଭବ ନୁହେଁ । ତେଣୁ ନିକଟସ୍ଥ ଜମିରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇ ସେଠାରେ ଠାକୁରାଣୀଙ୍କୁ ପ୍ରତିଷ୍ଠା କରାଯିବ । ବିନା ଯନ୍ତ୍ରୀରେ ନକ୍ସା କିପରି ମଞ୍ଜୁର ହେଉଛି ବୋଲି ପଚାରିବାରୁ ସେ କହିଥିଲେ ଧର୍ମାନୁଷ୍ଠାନ ପରିଚାଳନା କର୍ତ୍ତୃପକ୍ଷ ଯେଉଁ ନକ୍ସା ଓ ଅଟକଳ ଆଣୁଛନ୍ତି ତାହାକୁ ଆମେ ମଞ୍ଜୁର କରି ଦେଉଛୁ । ବରିଷ୍ଠ ଦେବୋତ୍ତର ଓକିଲ ରବି ରାଉତରାୟ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ନଦୀ ଅତଡ଼ା ଖାଇ କୌଣସି ମନ୍ଦିର ପ୍ରତି ବିପଦ ଆସିଲେ, ସମୂଦ୍ର କୂଳ ଲଂଘି ପୀଠ ପାଖରେ ପହଞ୍ଚିଲେ । ଭୂମିକମ୍ପରେ ପୀଠ ଦବିଗଲେ ଓ ସର୍ବୋପରି କୌଣସି ଉନ୍ନତିମୂଳକ କର୍ଯ୍ୟ, ପ୍ରକଳ୍ପ ପାଇଁ ନିହାତି ଆବଶ୍ୟକ ପଡ଼ିଲେ ବିଜେସ୍ଥଳୀ ପରିଦର୍ଶନ ହୁଏ । କିନ୍ତୁ ହସ୍ତାବାହିନୀଙ୍କ କ୍ଷେତ୍ରରେ ବିଜେସ୍ଥଳୀ ପରିବର୍ତ୍ତନ କରିବାର ଆବଶ୍ୟକତା ମୋଟ ଉପରେ ଉଠୁନାହିଁ । କାରଣ ବିଜେସ୍ଥଳୀ ସୁରକ୍ଷିତ ରହିଛି। କିଛି ସମୟ ପାଇଁ ବିଧି ଅନୁଯାୟୀ ଠାକୁରାଣୀଙ୍କୁ ସ୍ଥାନାନ୍ତରିତ କରାଯାଇ ସେହିଠାରେ ମନ୍ଦିର ନିର୍ମାଣ କରିହେବ। ତା’ପରେ ଠାକୁରାଣୀଙ୍କୁ ବିଜେ କରାଯାଇପାରିବ।