ଲୋକ ଭବନରେ ବନ ମହୋତ୍ସବ ୨୦୨୬ ପାଳିତ

ବୃକ୍ଷରୋପଣ କଲେ ରାଜ୍ୟପାଳ ଏବଂ ରାଜ୍ୟର ପ୍ରଥମ ମହିଳା

ଭୁବନେଶ୍ୱର, ୦୭/୦୭: ଚଳିତ ବର୍ଷ ବନ ମହୋତ୍ସବ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ଦିନ ଲୋକ ଭବନ ପରିସରସ୍ଥିତ ଶ୍ୟାମାନନ୍ଦ ପାର୍କରେ ବୃକ୍ଷରୋପଣ କରିଛନ୍ତି। ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଅଂଶଗ୍ରହଣ ବୃକ୍ଷରୋପଣ ଓ ପରିବେଶ ସଂରକ୍ଷଣର ଗୁରୁତ୍ୱକୁ ପ୍ରତିଫଳିତ କରିଛି। ଲୋକ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସବୁଜିମାକୁ ବୃଦ୍ଧି କରିବା ସହ ପ୍ରକୃତି ସଂରକ୍ଷଣ ଏବଂ ପରିବେଶ ସନ୍ତୁଳନ ରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ ଲକ୍ଷ୍ୟ ରଖା ଯାଇଛି।