ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍‌ ଲିଷ୍ଟ ପ୍ରକାଶିତ

ମନୋନୀତ ହୋଇଛନ୍ତି ୪, ୨୯, ୨୧୯ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୦୮/୦୭: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍‌ ଲିଷ୍ଟ। ପ୍ରଥମ ପର୍ଯ୍ୟାୟ ନାମଲେଖା କଟ ଅଫ୍ ମାର୍କରେ ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୮୧%, ବାଣିଜ୍ୟ ୮୨.୪୦%, ବିଜ୍ଞାନ ୯୩.୪୦% କଟ୍ ଅଫ୍ ରହିଛି।

କଳା, ବାଣିଜ୍ୟ କଟ୍‌ ଅଫ୍‌ର ଦ୍ବିତୀୟ ସ୍ଥାନରେ ରାଉରକେଲା ସରକାରୀ ଏଚଏସହି ରହିଛି। ରାଉରକେଲା ସରକାରୀ HSCରେ କଳାରେ ୮୦.୬୭%, ବାଣିଜ୍ୟରେ ୮୧.୨୦% ରହିଛି କଟ୍ ଅଫ୍। ବିଜ୍ଞାନ କଟ୍‌ ଅଫ୍‌ର ଦ୍ବିତୀୟ ସ୍ଥାନରେ ବିଜେବି। ବିଜେବିରେ କଟ୍‌ ଅଫ୍‌ ୯୦% ଯାଇଛି।

୪ ଲକ୍ଷ ୬୧ ହଜାର ଶିକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୨୯ ହଜାର ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।ସିଲେକ୍ସନ ହାର ପ୍ରାୟ ୯୩.୦୪ ପ୍ରତିଶତ ରହିଛି। କଳାରେ ୨,୭୬,୯୨୫, ବିଜ୍ଞାନରେ ୧,୨୧,୪୯୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୦୦,୪୯୩ ଛାତ୍ର ଏବଂ ୨,୨୮,୬୭୫ ଛାତ୍ରୀ ମନୋନୀତ ହୋଇଛନ୍ତି। ୨,୯୭,୪୫୪ ଛାତ୍ରଛାତ୍ରୀଙ୍କୁ ମିଳିଛି ପ୍ରଥମ ପସନ୍ଦର କଲେଜ।ଆସନ୍ତା ୨୩ରୁ +୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ।