ଭୁଶୁଡ଼ିଲା ସେଫ୍ଟିକ୍ ଟ୍ୟାଙ୍କ, ଚାପି ହୋଇଗଲେ ୨ ଶ୍ରମିକ

ମୃତ ଘୋଷଣା କଲେ ଡାକ୍ତର

ଭୁବନେଶ୍ୱର, ୧୧/୦୭: ଭୁବନେଶ୍ୱରରେ ବଡ଼ ଅଘଟଣ। ସେପ୍ଟିକ୍ ଟ୍ୟାଙ୍କରେ ପଡ଼ି ୨ ମୃତ। ବିଜେବି ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟରେ ଘଟିଛି ଏଭଳି ଅଘଟଣ।

ଦୁଇ ଜଣ ଶ୍ରମିକ ଏକ ଘରର ସେପ୍ଟିକ୍ ଟ୍ୟାଙ୍କରେ କାମ କରୁଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା କାନ୍ଥ ଓ ଉପର ଅଂଶ। ଯାହା ଫଳରେ ଉଭୟ ଶ୍ରମିକ ଭିତରେ ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏପରି ଘଟିଲା, ଏ ନେଇ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।