ଝାରସୁଗୁଡ଼ା, ୧୧/୦୭: ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀଙ୍କ ଜୋରଦାର ବିରୋଧ। ଆଜି ସକାଳେ ଝାରସୁଗୁଡ଼ା ସଦର ବ୍ଲକ ହୀରମା ପଞ୍ଚାୟତର କନ୍ଦାଗାଡ଼ ଠାରେ ମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା।
ଏକ ମନ୍ଦିରକୁ ପୂଜା କରିବା ପାଇଁ ମନ୍ତ୍ରୀ ଯାଇଥିବା ସମୟରେ ବିରୋଧ କରିଥିଲେ ଦଳୀୟ କର୍ମୀ। ଘଟଣାସ୍ଥଳରେ ସୁରେଶ ପୂଜାରୀଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ମନ୍ତ୍ରୀ ଆସୁଥିବା ବେଳେ କର୍ମୀ ଓ ଅଧିକାରୀଙ୍କୁ ଜଣାଉ ନ ଥିବା ଅଭିଯୋଗ କରିଛନ୍ତି କିଛି କର୍ମୀ। ତେବେ ବିରୋଧ ପ୍ରଦର୍ଶନ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ମନ୍ଦିର ଦର୍ଶନ ନ କରି ମନ୍ତ୍ରୀ ରାଗିଯାଇ ସେଠାରୁ ଫେରି ଯାଇଥିଲେ ବୋଲି ସୂଚନା ମିଳିଛି।