ଆରପାରିରେ କିମ୍ବଦନ୍ତୀ ଗାୟିକା ପଦ୍ମଶ୍ରୀ ଏସ୍. ଜାନକୀ

ଆଜି ବି ଲୋକମାନଙ୍କ ମଧ୍ୟରେ ବେଶ୍ ଆଦୃତ 'ନେଇ ଯା'ରେ ମେଘ ମୋତେ'...

୨୦ଟି ଭାଷାରେ ୪୮ ହଜାର ଗୀତ ଗାଇ ବିରଳ ରେକର୍ଡ଼ ହାସଲ କରିଛନ୍ତି

ଭୁବନେଶ୍ୱର, ୧୧/୦୭: କିମ୍ବଦନ୍ତୀ ଗାୟିକା ସିସ୍ତଳା ଜାନକୀଙ୍କ ପରଲୋକ ଘଟିଛି। ମହୀଶୂରର ଏକ ମେଡିକାଲରେ ୮୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପରଲୋକ ନେଇ ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି ନାତୁଣୀ।

ଓଡ଼ିଆ ଚଳଚ୍ଚିତ୍ରରେ ଅନେକ ଗୀତ ଗାଇ ପ୍ରସିଦ୍ଧି ଅର୍ଜନ କରିଥିଲେ ଏସ୍ ଜାନକୀ। ଓଡ଼ିଆରେ ୫୦ରୁ ଅଧିକ ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ। ସେ ଗାଇଥିବା ବଳିଦାନ ଚଳଚ୍ଚିତ୍ରର ‘ନେଇ ଯା’ରେ ମେଘ ମୋତେ…’ ସବୁଠୁ ଲୋକପ୍ରିୟ। ଶ୍ରୋତାଙ୍କ ମନକୁ ଆଜି ବି ବିଭୋର କରେ କାଉ ଧାନ ଖାଇଲା ବୋଲି ମାଇଲୁ ଏତେ.. ଗୀତ। ମୟୂରୀ ଗୋ ତୁମେ ଆକାଶେ… ଝୁମୁକା ଟିକେ ତୁ ହଲେଇ ଦେ’ ଗୀତ ଜାନକୀଙ୍କ ଶୀର୍ଷକୁ ଶୀର୍ଷକୁ ନେଇଥିଲା। ‘ସପନର ପଥେ ପଥେ ଚାଲେ ମୁଁ ଏକା’ରେ କଣ୍ଠଦାନ କରି ପ୍ରସିଦ୍ଧି ପାଇଥିଲେ।

୧୯୩୮ ଏପ୍ରିଲ ୨୩ରେ ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ।‌ସଙ୍ଗୀତ ଜଗତରେ ‘ଦକ୍ଷିଣ ଭାରତର କୋକିଳା’ ନାଁରେ ପରିଚିତ ଥିଲେ। ୨୦ଟି ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି ଏସ୍‌. ଜାନକୀ। ଜାନକୀ ଚଳଚ୍ଚିତ୍ର, ଆଲବମ୍, ଟେଲିଭିଜନ ଏବଂ ରେଡିଓରେ ୪୮ ହଜାର ରୁ ଅଧିକ ଗୀତ ରେକର୍ଡ କରିଛନ୍ତି, ଯେଉଁଥିରେ କନ୍ନଡ, ତେଲୁଗୁ, ତାମିଲ, ମାଲାୟଲମ, ହିନ୍ଦୀ, ସଂସ୍କୃତ, ଓଡ଼ିଆ, ଟୁଲୁ, ଉର୍ଦ୍ଦୁ, ପଞ୍ଜାବୀ, ବଡଗା, ବଙ୍ଗାଳୀ, କୋଙ୍କଣୀ ସମେତ ୨୦ ଟି ଭାରତୀୟ ଭାଷାରେ ଗୀତ ଗାଇଛନ୍ତି। ସେ ଇଂରାଜୀ, ଜାପାନିଜ, ଜର୍ମାନ ଓ ସିଂହଳ ଭଳି ବିଦେଶୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ୨୦୧୩ରେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ ଏସ୍‌. ଜାନକୀ। ୪ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ।

୨୦୧୩ରେ, ସେ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଜାନକୀ କହିଥିଲେ ଯେ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ସେ ଭାରତ ସରକାରଙ୍କ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପାଇବାକୁ ଯୋଗ୍ୟ।