ଲାଞ୍ଚୁଆ ଲାଇନମ୍ୟାନ ଗିରଫ, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ପଡିଗଲେ ହାବୁଡରେ

ବନ୍ଧାହେଲେ ଲାଞ୍ଚୁଆ ଲାଇନ ମ୍ୟାନ୍ । ଶୁକ୍ରବାର ଟିକାବାଲି ବ୍ଲକ ଟିପିଏସଓ ଡିଏର ଲାଇନ ମ୍ୟାନ କାଳୁ ଚରଣ ପଲାଇଙ୍କୁ ଗିରଫ କରିଛି । ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ମାଡି ବସିଛନ୍ତି । ଲାଇନ ମ୍ୟାନଙ୍କ ଗିରଫ କରାଯିବା ସହ ଘଟଣା ସ୍ଥଳରୁ ଟଙ୍କା ଜବତ କରାଯାଇଛି ।

ସୂଚନା ଥାଉକି ଲାଇନମ୍ୟାନ ପଲାଇ ଟିକାବାଲି ବ୍ଲକର ଛତିଝର ଗ୍ରାମର ରୀଙ୍କୁ ଭୁକ୍ତା ନାମକ ଜଣଙ୍କ ଠାରୁ ନୂତନ ବିଦ୍ୟୁତ ସଂଯୋଗ କରାଇଦେବାଲାଗି ଲାଞ୍ଚ ଟଙ୍କା ନେବାବେଉଥିଲେ । ପୂର୍ବରୁ ସେଠାରେ ଲୁଚି କରିରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ମାଡ଼ିବସିଥିଲେ । ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯିବା ସହ ଅଧିକ ତଦନ୍ତ ଜାରିରହିଥିବା ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ କହିଛନ୍ତି ।