ଗୁଜରାଟ ବିଧାନସଭା ନିର୍ବାଚନ: ବିଜେପି ଲାଗି ରବୋଟ କରୁଛି ପ୍ରଚାର

ଗାନ୍ଧିନଗର ୧୮।୧୧: ବିଧାନସଭା ନିର୍ବାଚନ ଲାଗି ଗୁଜରାଟରେ ଏବେ ଜୋର ଧରିଛି ରାଜନୀତି। ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ବିଜେପି ଏଥିରେ ପାଦେ ଆଗୁଆ ରହିଛି। ବିଜେପିର ଷ୍ଟାର ପ୍ରଚାରକମାନେ ଏବେ ମୈଦାନକୁ ଓହ୍ଲାଇ ଦଳ ନିମନ୍ତେ ପ୍ରଚାର କରିବା ଆରମ୍ଭ କରିଦେଲେଣି। ଏହି କ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା, ଅନୁରାଗ ଠାକୁର ଆଦି ରାଜ୍ୟରେ ପ୍ରଚାର କରିଛନ୍ତି।

ତେବେ ଗୁଜରାଟରେ ବିଜେପି ଏଥର ପାରମ୍ପରିକ ପ୍ରଚାର ସହିତ ଟେକ୍ନୋଲଜିର ମଧ୍ୟ ସାହାରା ନେଇଛି। ଏଥିରେ ଏକ ରବୋଟ ଏବେ ନିର୍ବାଚନ ପ୍ରଚାରରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ରବୋଟ ଘରକୁ ଘର ବୁଲି ପ୍ରଚାର କରିବା ସହ ପ୍ରଚାର ପତ୍ର ମଧ୍ୟ ବଣ୍ଟନ କରୁଛି। ରବୋଟର କାମ ଦେଖିବାକୁ ଲୋକଙ୍କ ବେଶ ଭିଡ ଜମୁଛି। ଗହଳରି ରବୋଟ ବୁଲି ବୁଲି ନିର୍ବାଚନ ପ୍ରଚାର ପତ୍ର ବଣ୍ଟନ କରୁଛି। ଏହି ନିର୍ବାଚନ ପ୍ରଚାର ରବୋଟକୁ ହର୍ଷିତ ପଟେଲ ତିଆରି କରିଛନ୍ତି।