ରଥଯାତ୍ରାରେ ବଡ଼ ଅଘଟଣ: ଠେଲାପେଲାରେ ଭକ୍ତ ମୃତ

ଶତାଧିକ ଅସୁସ୍ଥ ଭକ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି

ପୁରୀ, ୧୬/୦୭: ପୁରୀ ରଥଯାତ୍ରାରେ ଘଟିଛି ଏକ ବଡ଼ ଅଘଟଣ। ବଡ଼ଦାଣ୍ଡରେ ଅଣନିଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଛି। ଭକ୍ତ ଜଣକ ରଥ ସମ୍ମୁଖରେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ପୁରୀ ମେଡିକାଲ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଆଜି ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ରଥ ସମ୍ମୁଖରେ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା ପରିସ୍ଥିତି ହୋଇଥିଲା। ଠେଲାପେଲାରେ ଶତାଧିକ ଭକ୍ତ ଅଣନିଃଶ୍ବାସୀ ହୋଇ ଅସୁସ୍ଥ ହୋଇ ପଡିଛନ୍ତି। ୧୦୦ ରୁ ଉର୍ଦ୍ଧ୍ବ ଅସୁସ୍ଥ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।