ଭୁବନେଶ୍ବର, ୧୭/୧୦: ‘ନି ଷ୍ଟ୍ରାଇକର ଅଫ୍ ଇଣ୍ଡିଆ’ ଭାବେ ପରିଚିତ ଯୁବ ଆଥଲେଟ୍ ତଥା ହାଇଟେକ୍ ଫିଜିଓଥେରାପି କଲେଜର ଛାତ୍ର ସଚିନ ବେହେରା ପୁଣି ଥରେ ଓଡ଼ିଶା ମାଟିର ନାଁ ସାରା ଦେଶରେ ଉଜ୍ଜଳ କରିଛନ୍ତି। ସେ ଗୋଟିଏ ଦିନରେ ଦୁଇଟି ଭିନ୍ନ ବର୍ଗରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡ ସୃଷ୍ଟି କରି ଏକ ନୂଆ ଇତିହାସ ରଚିଛନ୍ତି I ଏହି ଐତିହାସିକ ପ୍ରୟାସ ଭୁବନେଶ୍ୱରସ୍ଥିତ ଓଭରଅଲ୍ ସ୍ପୋର୍ଟସ ଏକାଡେମୀରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ରେକର୍ଡ ୫ କେଜି ଆଙ୍କଲ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ଠିଆ ହୋଇ ଏକ ମିନିଟରେ ୮୮ ଥର ପୂର୍ଣ୍ଣ ନି ଷ୍ଟ୍ରାଇକ୍ କରିଥିଲେ, ସେହିପରି ଦ୍ବିତୀୟ ରେକର୍ଡରେ ସଚ୍ଚିନ୍ ୧ କେଜି ଆଙ୍କଲ ୱେଟ୍ ପିନ୍ଧି ଏକ ମିନିଟରେ ୧୦୩ ଥର ନି ଷ୍ଟ୍ରାଇକ୍ କରିଥିଲେ I ଏହି ଦୁଇଟି କଠିନ ରେକର୍ଡ ପାଇଁ ସେ ମାସ ମାସ ଧରି ନିରନ୍ତର ଅଭ୍ୟାସ କରିଥିଲେ ବୋଲି କହିଛନ୍ତି । ସଚ୍ଚିନ୍ଙ୍କ ଏହି ସଫଳତା ପରେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ କହିଛନ୍ତି ଯେ, ହାଇଟେକ୍ର ଛାତ୍ରଛାତ୍ରୀ ଉନ୍ନତଧରଣର କ୍ୟାରିୟର ସୃଷ୍ଟି କରିବା ସହ ରାଜ୍ୟ ତଥା ଜାତୀୟ ସ୍ତରରେ ଗୌରବ ଆଣିବା ନିଶ୍ଚିତ ରୁପେ ଖୁସିର କଥା। ଯୁବ ବୟସରୁ କିଛି କରିଦେଖାଇବା ନିଶା ସଚ୍ଚିନଙ୍କୁ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ହାସଲ କରିବାରେ ସଫଳ କରିପାରିଛି I ସେ ୨୦୧୯ ରେ ପ୍ରଥମ ଗିନିଜ୍ ୱାଲ୍ଡ ରେକର୍ଡ ଏବଂ ୨୦୨୨ ରେ ଲଗାତାର ଦୁଇଟି ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ସ୍ଥାପନ କରିପାରିଥିଲେ I ଏହି ସଫଳତା ପରେ ସଚିନ କହିଛନ୍ତି, “ଜଣେ ସ୍କ୍ରିଣ୍ଟର ଭାବେ, ନି ଷ୍ଟ୍ରାଇକ୍ ତାଙ୍କର ନିୟମିତ ଅଭ୍ୟାସର ଅଂଶ ଥିଲା ଯାହାକି ଗୁରୁ ସୌମ୍ୟ ରଞ୍ଜନ ଦାସଙ୍କ ମାର୍ଗଦର୍ଶନରେ ସେ ନି ଷ୍ଟ୍ରାଇକ୍ ସ୍ପିଡ୍ ଉପରେ ବିଶେଷ ଧ୍ୟାନ ଦେଇଥିଲେ, ସେହିପରି ହାଇଟେକ୍ ଗ୍ରୁପ୍ ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ପ୍ରେରଣା ଓ ପ୍ରୋତ୍ସାହନ ତାଙ୍କୁ ଏହି ରେକର୍ଡ କରିବାରେ ସହାୟତା ହୋଇଥିଲା ।
Next Post