ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

‘ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ’

ପୁରୀ, ୧୬/୦୭: ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, “ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକତାର ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ। କାଳିଆ ସାଆନ୍ତଙ୍କ ଦିବ୍ୟ ଦର୍ଶନ ପାଇଁ କୋଟି କୋଟି ଭକ୍ତଙ୍କ ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି। ଆସନ୍ତୁ, ଭକ୍ତି, ବିଶ୍ୱାସ ଓ ସମର୍ପଣର ସହ ମହାପ୍ରଭୁଙ୍କ ଏହି ପବିତ୍ର ରଥଯାତ୍ରାର ସାକ୍ଷୀ ହେବା ଏବଂ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ଲାଭ କରିବା।”