ନବୀନ ନିବାସରେ ହକି ତାରକା

ସ୍ୱର୍ଣ୍ଣ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର, ୧୭/୧୦: ଜାପାନରେ ଆୟୋଜିତ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଭୁବନେଶ୍ୱରସ୍ଥିତ ନବୀନ ନିବାସରେ ଆଜି ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କୀ ମଧ୍ୟ ଉପସ୍ଥିତ ଥିଲେ।

ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରଥମ ଥର ପାଇଁ ଗୋଟିଏ ସଂସ୍କରଣରେ ଭାରତ ଉଭୟ ପୁରୁଷ ଓ ମହିଳା ହକିରେ ସ୍ୱର୍ଣ୍ଣ ଜିତି ଏହି ଐତିହାସିକ ସଫଳତା ହାସଲ କରିଛି।