ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ଦେହାନ୍ତ

ଭୁବନେଶ୍ୱର, ୧୯/୧୧: ସୁନାମଧନ୍ୟ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ଦେହାନ୍ତ । ରାଜ୍ୟର ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଭାବେ ଚିକିତ୍ସା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡାକ୍ତର ପି. କେ ଆଚାର୍ଯ୍ୟ । କ୍ୟାପିଟାଲ ହସ୍ପିଟାଲରେ ସିଏମଓ ଏବଂ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ଥିବା ସମୟରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ ସ୍ବର୍ଗତ ପି.କେ ଆଚାର୍ଯ୍ୟ ।

ଆଜି ସିଆରପି ସ୍ଥିତ ବାସଭବନରେ ଭୋର ୪.୫୮ ମିନିଟରେ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପିକେ ଆଚାର୍ଯ୍ୟ । ଆମେରିକାରେ ରହୁଥିବା ଏକ ମାତ୍ର ପୁତ୍ର ଓଡିଶା ଫେରିବା ପରେ ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ଡାକ୍ତର ଆଚାର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ବୋଲି ଜଣାପଡ଼ିଛି ।