ପାକିସ୍ତାନକୁ ପଠାଉଥିଲା ଗୁପ୍ତ ସୂଚନା, ବିଦେଶ ମନ୍ତ୍ରାଳୟର ଡ୍ରାଇଭରକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀରେ ଦିଲ୍ଲୀ ପୋଲିସର ଅପରାଧ ଶାଖା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶୁକ୍ରବାର ବିଦେଶ ମନ୍ତ୍ରାଳୟରେ କାମ କରୁଥିବା ଜଣେ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ ଗିରଫ ଡ୍ରାଇଭର ଗୋପନୀୟ ଏବଂ ସମ୍ୱେଦନଶୀଳ ସୂଚନା ପାକିସ୍ତାନକୁ ପଠାଉଥିଲା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସକର୍ମୀ ସୁରକ୍ଷା ଏଜେନ୍ସିର ସହାୟତା ନେଇଥିଲେ । ଖବର ଅନୁସାରେ, ଅଭିଯୁକ୍ତ ଡ୍ରାଇଭର ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ହନି ଟ୍ରାପରେ ଫସିଥିଲା ।

ଡ୍ରାଇଭର ଗିରଫଦାରୀ ପରେ ଏବେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସତର୍କ ହୋଇଛନ୍ତି । ବିଦେଶ ମନ୍ତ୍ରାଳୟର ଅନ୍ୟ କେହି କର୍ମଚାରୀ ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତାର ତଦନ୍ତ ଆରମ୍ଭ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଉଚ୍ଚ ପଦରେ ନିଯୁକ୍ତ ଅଧିକାରୀଙ୍କୁ ପାକିସ୍ତାନ ହନି ଟ୍ରାପରେ ଫସାଇବାକୁ ଉଦ୍ୟମ କରିଥାଏ । ଏଥର ଜଣେ ଡ୍ରାଇଭରଙ୍କୁ ଟାର୍ଗେଟ କରାଯାଇଛି ।