ଭୁବନେଶ୍ୱର, ୧୮/୦୭: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ୍ ହଜିବା ଘଟଣାରେ କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ଆଇଏଏସ ମନୋଜ ମିଶ୍ର। ଫାଇଲ୍ ଗାଏବକୁ ନେଇ ରାଜେଶ ବର୍ମା ଓ ମନୋଜ ମିଶ୍ରଙ୍କୁ ୨୨ ତାରିଖ ସୁଦ୍ଧା ହାଜର ହେବାକୁ ସମନ ଜାରି କରିଥିଲା କମିଶନରେଟ ପୋଲିସ।
ଆଜି ହାଜର ହେବା ପରେ ଫାଇଲ ଗାଏବ ଘଟଣାକୁ ନେଇ ପଚରାଉଚରା କରୁଛି ପୋଲିସ। ପକ୍ଷ ରଖୁଛନ୍ତି ମନୋଜ ମିଶ୍ର। ନାଇଡୁ କମିଶନଙ୍କ ରିପୋର୍ଟ ଓ ସମ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟ ହଜିବା ଘଟଣାକୁ ନେଇ ଚାଲିଛି ଖୋଳତାଡ଼। ମନୋଜ ମିଶ୍ର ସେ ସମୟରେ ଆଇଟି ସଚିବ ଥିଲେ।