ଜୀବନ ହାରିଲେ ଡିଜିପି

ପୋଲିସ ହେଡକ୍ୱାର୍ଟରରେ ମିଳିଲା ମୃତଦେହ

ଅଗରତାଲା, ୨୦/୦୭: ତ୍ରିପୁରାର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅନୁରାଗ ଧନକରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଆତ୍ମହତ୍ୟା କରିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଅଗରତଲା ସ୍ଥିତ ପୁଲିସ ମୁଖ୍ୟାଳୟରେ ଥିବା ତାଙ୍କ କାର୍ଯ୍ୟାଳୟରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଠାବ କରାଯାଇଛି। ଘଟଣା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଅଗରତଲା ସ୍ଥିତ ଜିବି ପାଣ୍ଡେ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଅନୁରାଗ ଧନକର ଜଣେ ୧୯୯୪ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଥିଲେ। ତାଙ୍କର ଏଭଳି ରହସ୍ୟଜନକ ଏବଂ ମୃତ୍ୟୁକୁ ନେଇ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି।