ଆସିବ ଡେଙ୍ଗୁ ଭ୍ୟାକ୍‌ସିନ୍‌

ପ୍ରଥମ ଡେଙ୍ଗୁ ଭ୍ୟାକ୍‌ସିନ୍‌ ‘QDENGA’କୁ ଭାରତର ମଞ୍ଜୁରୀ

QDENGAକୁ ଅନୁମତି ଦେଲା CDSCO

ନୂଆଦିଲ୍ଲୀ, ୨୦/୦୭: ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ଏକ ବଡ଼ ଖବର। ଭାରତ ସରକାର ‘QDENGA’ ନାମକ ପ୍ରଥମ ଡେଙ୍ଗୁ ଭ୍ୟାକ୍‌ସିନ୍‌କୁ ମଞ୍ଜୁରୀ ଦେଇଛନ୍ତି। QDENGAକୁ ଅନୁମତି ଦେଇଛି CDSCO। ଜାପାନର ଟକେଡା ବାୟୋଫାର୍ମାସିଟିକାଲ୍ସ କମ୍ପାନୀ ଏହି ଭ୍ୟାକ୍‌ସିନ୍ ପ୍ରସ୍ତୁତ କରିଛି।

୪ ବର୍ଷରୁ ୬୦ ବର୍ଷ ବୟସ ଭିତରେ ଥିବା ବ୍ୟକ୍ତିମାନେ ଏହି ଭ୍ୟାକ୍‌ସିନ୍ ନେଇ ପାରିବେ। ପୂର୍ବରୁ କେଉଁଠି ଡେଙ୍ଗୁ ହୋଇଥିଲା କି ନାହିଁ ତାହା ଜାଣିବା ଆବଶ୍ୟକ ନାହିଁ। ଏହା ଏକ ଦୁଇ-ଡୋଜ୍ ଭ୍ୟାକ୍‌ସିନ୍। ପ୍ରଥମ ଡୋଜ୍ ନେବା ପରେ ତିନି ମାସ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ।

ବିଶ୍ୱ ସ୍ତରରେ ଏହି ଭ୍ୟାକ୍‌ସିନ୍ ପୂର୍ବରୁ ୪୩ଟି ଦେଶରେ ମଞ୍ଜୁରୀ ଲାଭ କରିସାରିଛି ଏବଂ ସାରା ବିଶ୍ୱରେ ପ୍ରାୟ ୩୨ ନିୟୁତ ଡୋଜ୍ ପ୍ରଦାନ କରାଯାଇଛି। ଏହା ଡେଙ୍ଗୁର ଚାରୋଟି ସେରୋଟାଇପ୍ ବିରୋଧରେ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

ଭାରତରେ ପ୍ରତି ବର୍ଷ ହଜାର ହଜାର ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୁଅନ୍ତି ଏବଂ କେତେକ କ୍ଷେତ୍ରରେ ଏହା ଜୀବନ ନେଇଯାଏ। ଏହି ଭ୍ୟାକ୍‌ସିନ୍ ମଞ୍ଜୁରୀ ପରେ ଡେଙ୍ଗୁ ନିୟନ୍ତ୍ରଣରେ ଏକ ନୂଆ ଆଶା ସୃଷ୍ଟି ହୋଇଛି। ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।