ପ୍ରଶ୍ନପତ୍ର ଲିକ୍: ଦୋଷୀଙ୍କୁ ମିଳିବ କଠୋରରୁ କଠୋରତମ ଦଣ୍ଡ

ଫାଷ୍ଟ ଟ୍ରାକ କୋର୍ଟ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ, ୨୩/୦୭: ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପ୍ରଶ୍ନପତ୍ର ଲିକ୍ ଭଳି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ପ୍ରକାରେ ଛଡାଯିବ ନାହିଁ ଏବଂ ଏଭଳି ମାମଲାର ଶୀଘ୍ର ବିଚାର ପାଇଁ ଦେଶରେ ଫାଷ୍ଟ-ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ।

ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, “ଦେଶର ଯୁବପିଢ଼ିଙ୍କ କଲ୍ୟାଣ ଏବଂ ଭବିଷ୍ୟତଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ। ଯେଉଁମାନେ ପରୀକ୍ଷା ବ୍ୟବସ୍ଥାକୁ କଳଙ୍କିତ କରି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି, ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।

ପ୍ରଶ୍ନପତ୍ର ଲିକ୍ ସମ୍ବନ୍ଧୀୟ ମାମଲାର ଶୀଘ୍ର ତଦନ୍ତ ଓ ବିଚାର କରାଯିବ। ଫାଷ୍ଟ-ଟ୍ରାକ୍ କୋର୍ଟରେ ଏହି ମାମଲାଗୁଡ଼ିକର ପ୍ରାଥମିକତା ଭିତ୍ତିରେ ଶୁଣାଣି ହେବ। ଦୋଷୀ ସାବ୍ୟସ୍ତ ହେଲେ କଠୋର ଦଣ୍ଡ ନିଶ୍ଚିତ କରାଯିବ। ରାଜ୍ୟ ଓ କେନ୍ଦ୍ରର ସମ୍ପୃକ୍ତ ଏଜେନ୍ସିମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ପ୍ରତି ବିଭିନ୍ନ ପରୀକ୍ଷା, ବିଶେଷକରି NEET-UG 2026 ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ କେନ୍ଦ୍ର କରି ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଦେଖାଦେଇଛି।