ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ ଚାଲୁ ହେବା ପରେ ଟ୍ରୋଲ ହେଉଛନ୍ତି କଙ୍ଗନା

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଲନ ମସ୍କ ଟ୍ଵିଟର କମ୍ପାନିର ସଂପୂର୍ଣ୍ଣ ଅଧିଗ୍ରହଣ ପରେ ତାଙ୍କ ଟ୍ଵିଟର ଆକାଉଣ୍ଟ ପୁନର୍ବାର କାର୍ଯ୍ୟକ୍ଷମ ହୋଇଛି। ରବିବାର ସକାଳେ ଏଲନ ମସ୍କ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଚାଲୁ ହେବା ନେଇ ସୂଚନା ଦେଇଛନ୍ତି। ତେବେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ନୂତନ ବିତର୍କ ଆରମ୍ଭ ହୋଇ ଯାଇଛି, ସେ ପୁଣି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କୁ ନେଇ।ଲୋକେ ଏଲନ ମସ୍କଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଙ୍ଗନା ରଣାଓ୍ଵତ ଆପଣଙ୍କର କଣ ବିଗାଡିଛନ୍ତି ?

ଲୋକେ ଏହି ପ୍ରଶ୍ନ ଏଥିପାଇଁ ପଚାରୁଛନ୍ତି କାରଣ ଡୋନାଲ୍ଡ ଟ୍ରମ୍ପଙ୍କ ପରି ୨୦୨୧ରେ କଙ୍ଗନା ରଣାଓ୍ଵତଙ୍କ ଟ୍ଵିଟର ଆକାଉଣ୍ଟ ବ୍ଲକ କରାଯାଇଥିଲା। କରୋନା ସମୟରେ ଛଅ ମାସ ପୂର୍ବରୁ କଙ୍ଗନା ଟ୍ଵିଟର ଆକାଉଣ୍ଟ ଖୋଲିଥିଲେ। ହେଲେ ଉତ୍ତେଜନକାରୀ ବୟାନ କାରଣରୁ ଟ୍ଵିଟରର ପୁରୁଣା ମାଲିକ ତାଙ୍କର ଆକାଉଣ୍ଟ ବ୍ଲକ କରିଥିଲେ।

ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ ପୁନଃ କାର୍ଯ୍ୟକ୍ଷମ ହେବା ପରେ ଭାରତରେ କଙ୍ଗନା ରଣାଓ୍ଵତ ଟ୍ରୋଲ ହୋଇଛନ୍ତି। ଲୋକେ ଏଲନ ମସ୍କଙ୍କୁ ପ୍ରଶ୍ନ କରୁଛନ୍ତି ଯେ, କଙ୍ଗନା ତୁମର କଣ ବିଗାଡିଛନ୍ତି। ଟ୍ରମ୍ପଙ୍କ ଆକାଉଣ୍ଟ ଚାଲୁ କଲ,କିନ୍ତୁ କଙ୍ଗନାଙ୍କ ଟ୍ଵିଟର ଆକାଉଣ୍ଟ କେବେ ଚାଲୁ କରିବ।