ଅବକାରୀ ବିଭାଗର ଚଢ଼ଉ, ୩ କିଲୋ ଗଞ୍ଜେଇ ଜବତ

ପାଟଣା, ୨୦/୧୧: କେନ୍ଦୁଝର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତୁରୁମୁଙ୍ଗା ଥାନା କଣ୍ଟିଆପଡା ଗ୍ରାମରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ୩ କିଲୋ ଓଜନର ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚଲାଣ କରିଛି ବିଭାଗ l ଗିରଫ ବ୍ୟକ୍ତି ହେଲେ କଣ୍ଟିଆପଡା ଗ୍ରାମର ପ୍ରଦୀପ କୁମାର ମହାକୁଡ଼ ।

ସୂଚନା ଅନୁସାରେ ପ୍ରଦୀପ ବେଆଇନ ଭାବରେ ଗଞ୍ଜେଇ ରଖି ବେପାର କରୁଥିବା ଖବର କୌଣସି ସୂତ୍ରରୁ ଅବକାରୀ ଅଧିକ୍ଷକ ନାରାୟଣ ମେହେର ସୂଚନା ପାଇଥିଲେ । ଏହାକୁ ନେଇ ପରେ ତାଙ୍କ ନିର୍ଦ୍ଦେଶରେ ସଦର ଅବକାରୀ ନିରୀକ୍ଷକ ବେଣୁଧର ସାମଲ ତୁରୁମୁଙ୍ଗା ଥାନା ଅନ୍ତର୍ଗତ କଣ୍ଟିଆପଡା ଗ୍ରାମରେ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ପ୍ରଦୀପକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ଏହି ଚଢ଼ାଉରେ ଇନିସ୍‌ପେକ୍ଟର ବେଣୁଧର ସାମଲ ଓଆଇସି ରଞ୍ଜନ କୁମାର ପାତ୍ର ପ୍ରମୁଖ ସାମିଲ ଥିଲେ l