ଓଏସଏପି ବାଟାଲିୟନର ହାବିଲଦାର ନିଖୋଜ, ୨୦ ଦିନ ହେଲା ମିଳୁନି ପତ୍ତା

ଝାରସୁଗୁଡା: ଝାରସୁଗୁଡା ଓଏସଏପି ବାଟାଲିୟନର ଜଣେ  ହାବିଲଦାର ନିଖୋଜ ହୋଇଥିବା ଜଣାପଡିଛି। ଏ ନେଇ ଝାରସୁଗୁଡା ଟାଉନ ଥାନାରେ ମାମଲା ରୁଜୁ  ହୋଇଛି। ନିଖୋଜ ହାବିଲଦାର ଜଣକ ନେପାଳର ରାମ ବାହାଦୁର ଗୁରୁଂ। ୨୦ ରୁ ଉର୍ଦ୍ଧ୍ଵ ଦିନ ହେବ ସେ ଘରକୁ ଫେରିନଥିବା ବେଳେ ପୋଲିସ ପାଖରେ ଅଭିଯୋଗ କରିଛନ୍ତି ପରିବାର ଲୋକେ l

ଗତ ଅକ୍ଟୋବର ମାସ ଭଦ୍ରକ ଜିଲ୍ଲାକୁ ଅଫିସ କାର୍ଯ୍ୟରେ ଯାଇଥିବା ବେଳେ ରାମବାହାଦୁର ଆଉ ଘରକୁ ଫେରି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଗତ ଅକ୍ଟୋବର ୨୭ ତାରିଖ ଦିନ ରାମବାହାଦୁର ଶେଷ ଥର ପାଇଁ ପରିବାର ଲୋକଙ୍କ ସହ ସହ କଥା ହୋଇଥିବା ପରିବାର ଲୋକେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଝାରସୁଗୁଡା ପୋଲିସ ଭଦ୍ରକ ପୋଲିସକୁ ଏ ନେଇ ସୂଚନା ଦେବା ସହ ରାମବାହାଦୂରଙ୍କୁ ଖୋଜିବା ଆରମ୍ଭ କରିଛି।