ଶ୍ରଦ୍ଧା ଓ୍ବାଲକର ହତ୍ୟା ଘଟଣା; ମୈଦାନଗଢି ପୋଖରୀରୁ ପାଣି ଶୁଖାଇ ପୋଲିସର ଛାନବିନ୍

ନୂଆଦିଲ୍ଲୀ: ଶ୍ରଦ୍ଧା ଓ୍ବାଲକର ହତ୍ୟା ଘଟଣାରେ ତଦନ୍ତକୁ ଜୋରଦାର କରିଛି ମେହରୁଲି ପୋଲିସ୍ । ଅଭିଯୁକ୍ତକୁ ମାରଥାନ୍ ଜେରା କରିବା ସହିତ ଭିନ୍ନ ଭିନ୍ନ ସ୍ଥାନରେ ଛାନବିନ୍ କରୁଛି । ପୋଲିସ ଶ୍ରଦ୍ଧାଙ୍କ ମୃତଦେହର ପ୍ରତି ଖଣ୍ଡକୁ ସଂଗ୍ରହ କରିବାରେ ଲାଗି ପଡିଛି । ମୈଦାନଗଢି ଅଞ୍ଚଳ ଥିବା ପୋଖରୀରେ ଶରୀରର କିଛି ଅଂଶ ପଡ଼ିଥିବା ଜାଣିବା ପରେ ପୋଲିସ ପାଣି ଶୁଖାଇ ଯାଞ୍ଚ କରୁଛି ।

ଅଭିଯୁକ୍ତ ପ୍ରେମିକ ଅବତାବ ପୁନାଓ୍ବାଲା ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଶରୀରକୁ ୩୫ଖଣ୍ଡ କରିଥିଲା । ପରେ ଘଟଣାକୁ ଲୁଚାଇବାକୁ ଯାଇ, ମୃତଦେହର ଖଣ୍ଡ ବିଖଣ୍ଡିତ ଅଂଶକୁ ମେହରୁଲିର ବିଭିନ୍ନ ସ୍ଥାନରେ ପିଙ୍ଗିଥିଲା । ତେବେ କେଉଁ କେଉଁ ସ୍ଥାନରେ ଅଭିଯୁକ୍ତ ଫିଙ୍ଗିଛି, ସେ ସବୁ ସ୍ଥାନରେ ତନତନ କରି ତଦନ୍ତ କରୁଛି ପୋଲିସ ।

ମୃତଦେହର କିଛି ଅଂଶ ମୈଦାନଗଢି ଅଞ୍ଚଳ ଥିବା ପୋଖରୀକୁ ଫିଙ୍ଗିଥିବା ପୋଲିସ ଜାଣିବା ପରେ ଉକ୍ତ ପୋଖରୀରୁ ପାଣି ଶୁଖାଇବାକୁ ଉଦ୍ୟମ ଚଳାଇଛି । ପାଣି ଶୁଖିବା ପରେ ଛାନବିନ୍ କରାଯିବ । କୁହାଯାଉଛି, ଶ୍ରଦ୍ଧାଙ୍କ ମୁଣ୍ଡକୁ ଅବତାବ ଏହି ପୋଖରୀ ଫିଙ୍ଗିଛି । ସେପଟେ ଅବତାବ ରହୁଥିବା ଭଡ଼ା ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି ପୋଲିସ ।

ଦିଲ୍ଲୀରେ ଅବତାବ୍-ଶ୍ରଦ୍ଧା ଲିଭ୍-ଇନ୍ ରହୁଥିଲେ। ମେ’ ୧୮ରେ ଶ୍ରଦ୍ଧା ବିବାହ ପାଇଁ ଜୋର କରିବାକୁ ଅବତାଫ୍ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରି ମେହରୁଲିର ବିଭିନ୍ନ ସ୍ଥାନରେ ପିଙ୍ଗିଥିଲା ।