ଗୋଷ୍ଠୀ ଉନୟନ ପରିଷଦ ଓ ଆରାଧ୍ୟା ମହିଳା ସମିତି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
୪୭୬ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା
ଭୁବନେଶ୍ୱର, ୦୭/୦୮: ଗତକାଲି ଝରଣା ବିହାର ଓ ବିଶୁଧ।ନନ୍ଦ ନଗର ସ୍ଥିତ ଗୋଷ୍ଠୀ ଉନୟନ ପରିଷଦ ଓ ଆରାଧ୍ୟା ମହିଳା ସମିତି ପକ୍ଷରୁ ଦୁର୍ଗାମାଧବ ନଗର କମ୍ୟୁନିଟୀ ହଲରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ଓ ଉପ ନଗରପାଳ ଶ୍ରୀମତୀ ମଞ୍ଜୁଲତା କହଁର ଶିବିରକୁ ଉଦଘାଟନ କରିଥିଲେ। ବିଧାୟକ ବହୁତ୍ ଖୁସୀ ବ୍ୟକ୍ତ କରି କହିଥିଲେ ଯେ ଏହିପରି ଶିବିର ଆୟୋଜକ ମାନଙ୍କୁ ଏହିଭଳି ଶିବିର ଅନ୍ୟ ଜାଗାରେ କରି ଲୋକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ପାଇଁ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ବହୁତ୍ ଛୋଟ ଛୋଟ ରୋଗ ବଡ଼ ହେବା ଆଗରୁ ଆମେ ସତର୍କ ରହିପାରିବ। ସମସ୍ତ ରକ୍ତ ପରୀକ୍ଷା ମାଗଣା ଥିବାରୁ ଲୋକମାନେ ନିଂଶୟ ଆକୃଷ୍ଟ ହେବେ ବୋଲି ପ୍ରକାଶ କରିଥିଲେ। ଏଥିରେ କେୟାର ହସ୍ପିଟାଲର ବରିଷ୍ଟ ଡକ୍ଟରମାନଙ୍କ ଦ୍ୱାରା ହୃଦରୋଗ ବିଶେଷଜ୍ଞ, ଭେଷଜ, ଚକ୍ଷୁ ପରୀକ୍ଷା, ଓ ଫିଜିଓଥେରାପି ଚିକିତ୍ସା ଓ ମାଗଣାରେ ଇସିଜି ଏବଂ ସମସ୍ତ ପ୍ରକାର ରକ୍ତ ପରୀକ୍ଷା କରାଯାଇଥିଲା। ସାଧାରଣତଃ ମାଗଣା ସ୍ୱାସ୍ଥ୍ୟ ଶିବିରରେ ଖାଲି ପେଟରେ ବ୍ଲଡ ସୁଗାର ପରୀକ୍ଷା କରାଯାଇଥାଏ। କିନ୍ତୁ ଏହି ଶିବିରରେ ଲିପୁଇଡ ପ୍ରୋଫାଇଲ୍, କିଡନୀ ଜନିତ ରୋଗ, ଭିଟାମିନ ଡି ପରୀକ୍ଷା କରାଯାଇଥିଲା। ତେଣୁ ସବୁ ଲୋକଙ୍କ ଭିତରେ ଆଗ୍ରହ ପ୍ରକାଶ ପାଇଥିଲା। ସମୁଦାୟ ୪୭୬ ଜଣ ସ୍ୱାସ୍ଥ୍ୟ ପରୀକ୍ଷା, ୧୫୩ ଜଣ ରକ୍ତ ପରୀକ୍ଷା, ୬୭ ଜଣ ଇସିଜି ପରୀକ୍ଷା କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ପ୍ରତେକ ତିନି ମାସରେ ଏହିପରି ଶିବିର ଆୟୋଜନ କରିବାକୁ ଗୋଷ୍ଠୀ ଉନୟନ ପରିଷଦ ଓ ଆରାଧ୍ୟା ମହିଳା ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ମାସରେ ଏହିପରି ଗ୍ୟାଷ୍ଟ୍ରୋଲୋଜି ଓ କ୍ୟାନ୍ସର ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ। ଏଥିରେ ରକ୍ତ ପରୀକ୍ଷା ମଧ୍ୟ ମାଗଣା କରାଯିବ।