‘ଦୃଶ୍ୟମ-୨’ ପରେ ପୁଣି ଧମାକା କରିବେ ଅଜୟ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ଗୁଡନ୍ୟୁଜ୍‌

ମୁମ୍ଵାଇ ୨୧।୧୧: ବଲିଉଡ ସିଙ୍ଘମ ଅଜୟ ଦେବଗନ। ବର୍ତ୍ତମାନ ତାଙ୍କ ଫିଲ୍ମ ‘ଦୃଶ୍ୟମ୨’ର ସଫଳତା ପାଇଁ ଲାଇମ ଲାଇଟରେ ଅଛନ୍ତି। ତିନି ଦିନ ମଧ୍ୟରେ ଏହି ଫିଲ୍ମ ୬୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଚଳଚ୍ଚିତ୍ରର ରୋଜଗାର କେତେ ମାତ୍ରାରେ ଅଗ୍ରଗତି କରୁଛି । ତାହା ଦେଖିଲେ ଲାଗୁଛି ସୁପରହିଟ୍ ହେବ। ଜବରଦସ୍ତ କାହାଣୀ ପରେ ଅଜୟ ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି। ଅନ୍ୟ ଏକ ଦକ୍ଷିଣ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ ସହିତ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଅଜୟଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୋଲା’ ଏହାର ସୁଟିଂ ଶେଷ ହୋଇଛି। ଫିଲ୍ମର ଟିଜର ୨୨ ନଭେମ୍ବର ଅର୍ଥାତ୍‌ ମଙ୍ଗଳବାର ଦିନ ସେୟାର କରାଯିବ।

ଅଜୟ ଏବଂ ତବୁ ‘ଦୃଶ୍ୟମ’ ଏବଂ ଏହାର ସିକ୍ୱେଲରେ ଏକାଠି କାମ କରିଛନ୍ତି । ଏହା ଉଭୟଙ୍କ ଏକାଠି ଅଷ୍ଟମ ଚଳଚ୍ଚିତ୍ର । ବର୍ତ୍ତମାନ ଏହି ଦୁଇ ପ୍ରତିଭାବାନ ଅଭିନେତା ପୁଣିଥରେ ‘ଭୋଲା’ରେ ଦେଖିବାକୁ ପାଇବେ। ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କିନ୍ତୁ ୨୦୨୩ ଆରମ୍ଭରେ ଏହି ଫିଲ୍ମଟି ରିଲିଜ୍‌ ହୋଇପାରେ।  ଅଭିନେତା ଫିଲ୍ମର ଏକ ଛୋଟ ଭିଡିଓ ସେୟାର କରି ଟିଜର ଘୋଷଣା କରିଛନ୍ତି। ଶୁଣିବାକୁ ମିଳିଛି ଫିଲ୍ମଟି 3D ରେ ରିଲିଜ ହେବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଦେବଗନ୍।