ବିଶିଷ୍ଟ ପୋଲିସ୍‌ ସେବା ପୁରସ୍କାର ୨୦୨୬ ଘୋଷଣା

ଦୁଇ ପୋଲିସ ଅଫିସରଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର, ୧୪/୦୮: ସ୍ୱାଧୀନତା ଦିବସ-୨୦୨୬ ଅବସରରେ ଦେଶର ବିଭିନ୍ନ ରାଜ୍ୟର ପୋଲିସ୍‌ ଓ ସୁରକ୍ଷା ବାହିନୀର କର୍ମଚାରୀଙ୍କୁ ପୋଲିସ୍‌ ସେବା ପଦକ ଓ ସାହସିକତା ପଦକ ପ୍ରଦାନ ପାଇଁ ନାଁ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୧୭ ଜଣ ପୋଲିସ୍‌ ଅଧିକାରୀ ଓ କର୍ମଚାରୀ ସମ୍ମାନିତ ହେବେ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି।

ଓଡ଼ିଶାର ୧୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍‌ ପଦକ, ୫ ଜଣଙ୍କୁ ସାହସିକତା ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ।

ରାଷ୍ଟ୍ରପତି ପୋଲିସ୍‌ ପଦକ

ଓଡ଼ିଶାର ଦୁଇ ବରିଷ୍ଠ ପୋଲିସ୍‌ ଅଧିକାରୀ ଏହି ସମ୍ମାନ ପାଇବେ।

ସଂଜୀବ ପଣ୍ଡା: ଅତିରିକ୍ତ ପୋଲିସ୍‌ ମହାନିର୍ଦ୍ଦେଶକ (ADG), ଓଡ଼ିଶା

ସ୍ମିତାରାଣୀ ମହାନ୍ତି: ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ (DSP), ଓଡ଼ିଶା

୫ ଜଣଙ୍କୁ ସାହସିକତା ପଦକ

ମନ୍ମଥ କୁମାର ମହାପାତ୍ର: ସବ୍‌-ଇନ୍ସପେକ୍ଟର

ନିରାକର ଭୁଏ: ହାବିଲଦାର

ସନ୍ତୋଷ ଗୁରୁଙ୍ଗ: କମାଣ୍ଡୋ

ସୁମନ ପୁନ୍: କମାଣ୍ଡୋ

ସୁରେଶ ଚନ୍ଦ୍ର ପୁଟା: କମାଣ୍ଡୋ

୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ:

ମନୋରଞ୍ଜନ ପାଇକରାୟ – ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌

ସୁରେଶ କୁମାର ବାଲ – ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌

ଗୀତାଞ୍ଜଳି ପଣ୍ଡା – ଇନ୍ସପେକ୍ଟର

ଭବେଶ କୁମାର ନାୟକ – ଡେପୁଟି କମାଣ୍ଡାଣ୍ଟ

ପରେଶ କୁମାର ମିନତି ନନ୍ଦୀ ପତି – ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ

ଶ୍ୟାମଳୀ ବିଶ୍ୱାସ – କନଷ୍ଟେବଳ

ବରୁଣ କୁମାର ନାଏକ – ସବ୍‌-ଇନ୍ସପେକ୍ଟର

ସୁବାସ ଚନ୍ଦ୍ର ତ୍ରିନାଥ ଗୌଡ଼ – ହାବିଲଦାର

ମୁସ୍ତାକ ଅଲ୍ଲୀ ଖାନ – କନଷ୍ଟେବଲ

ପ୍ରଶାନ୍ତ କୁମାର ବିଶ୍ୱାଳ – ହାବିଲଦାର

ଓଡ଼ିଶା ପୋଲିସ୍‌ର ୧୭ ଜଣଙ୍କ ସେବା ଓ ସାହସକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ଏଥିରେ ଦୁଇ ବରିଷ୍ଠ ଅଧିକାରୀ ରାଷ୍ଟ୍ରପତି ପଦକ ପାଇବା ସହ ୫ ଜଣ ସାହସିକତା ପଦକ ଏବଂ ୧୦ ଜଣ ପ୍ରଶଂସନୀୟ ସେବା ପଦକ ପାଇବେ।