ଆସିଲା ରାଇମୋହନ ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଆସିଲା ଅଭିନେତା ରାଇମୋହନ ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହେବା କାରଣରୁ ରାଇମୋହନଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ବାସରୁଦ୍ଧା ହୋଇଥିବା ଜଣାପଡିଛି ।

ଏନେଇ ପୋଷ୍ଟମର୍ଟମ ରିପୋର୍ଟ କମିଶନରେଟ ପୋଲିସର ହସ୍ତଗତ ହୋଇଛି । ପୋଷ୍ଟମର୍ଟମ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ଅଭିନେତା ରାଇମୋହନ ନିଜ ଘରେ ଆତ୍ମହତ୍ୟା କରିଥିଲେ । ଏହାପରଠୁ ରାଇମୋହନ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ , ସେନେଇ ଖୋଲତାଡ଼ ଆରମ୍ଭ କରିଥିଲା କମିଶନରେଟ୍‌ ପୋଲିସ ।

ଏପିରିକି ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ । ଆଉ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଏଥିରେ ରାଇମୋହନ ଆତ୍ମହତ୍ୟାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ବାସରୁଦ୍ଧା ହୋଇଥିବା ଜଣାପଡିଛି ।