ସତ୍ୟେନ୍ଦ୍ର ଜୈନ ଭିଡିଓ ଲିକ୍‌ ମାମଲାରେ ଆଫିଡେଭିଟ୍ ଦାଖଲ କଲେ ED

ନୂଆଦିଲ୍ଲୀ ୨୨।୧୧: ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ତିହାର ଜେଲରୁ ଲିକ୍ ସିସିଟିଭି ଭିଡିଓ ମାମଲାରେ ଦାଖଲ ଅଦାଲତ ଅବମାନନା ଆବେଦନ ଉପରେ ନଭେମ୍ବର ୨୮ରେ ଶୁଣାଣି ହେବ। ମଙ୍ଗଳବାର କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହେବାମାତ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାକୁ ଟାଳିବାକୁ ଉଦ୍ୟମ କରିଥିଲେ। ଶୁଣାଣି ଲାଗି ଆସିଷ୍ଟାଣ୍ଟ ସୋଲିସିଟର ଜେନେରାଲ ସୋମବାର ଉପଲବ୍ଧ ହେବେ ବୋଲି କହିଥିଲେ।

ତେବେ ସତ୍ୟେନ୍ଦ୍ର ଜୈନଙ୍କ ଓକିଲ ରାହୁଲ ମେହେରା ବିରୋଧ କରିବା ସହ ଜାଣିଶୁଣି ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ବୋଲି କୋର୍ଟରେ କହିଥିଲେ। ତେବେ ଏହି ଅଭିଯୋଗ ଉପରେ ଆମେ ଆମର ଜବାବ ଦାଖଲ କରିଥିବା ଇଡି କହିଥିଲେ। ଆମେ କିଛି ବି ଲିକ୍ କରିନଥିବା ଓ ଆମେ ବିନା କୌଣସି ଭେଦଭାବରେ ଯାଞ୍ଚ କରୁଥିବା କହିଥିଲେ।