ଛଟେଇ ଘୋଷଣା କଲେ HP Inc, ବିପଦରେ ୪ ରୁ ୬ହଜାର କର୍ମଚାରୀଙ୍କ ଚାକିରୀ

ନୂଆଦିଲ୍ଲୀ ୨୩।୧୧: କମ୍ପାନୀମାନଙ୍କ ନ୍ୟୁ ହାୟରିଂ ଫ୍ରିଜ ଓ କର୍ମଚାରୀ ଛଟେଇ ଖବର ଏବେ ନିତିଦିନିଆ ହୋଇଗଲାଣି। ତେବେ କର୍ମଚାରୀଙ୍କ ଛଟେଇରେ କମ୍ପ୍ୟୁଟର ଓ ପ୍ରିଣ୍ଟର ମେକର ଏଚପି ମଧ୍ୟ ଯୋଗ ଦେଇଛନ୍ତି। ଏଚପି ଇଂକ୍ ଆଗାମୀ ୩ ବର୍ଷରେ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ବିଶ୍ୱରେ କମ୍ପାନୀରୁ ୪ରୁ ୬ ହଜାର କର୍ମଚାରୀ ଛଟେଇ ହୋଇପାରନ୍ତି ବୋଲି  ଆକଳନ କରାଯାଉଛି।

କୌଣସି ଟେକ୍ନୋଲଜି କମ୍ପାନୀ ପକ୍ଷରୁ ଛଟେଇ ଇଶାରା ଦେବାରେ ଏହା ତାଜା ଖବର। ଏଚପି ଇଂକରେ ହେବାକୁ ଥିବା ଛଟେଇରେ ବର୍ତ୍ତମାନର ମୋଟ ୱାର୍କ ଫୋର୍ସର ଅନୁନ୍ୟ ୧୦ ପ୍ରତିଶତ ଛଟେଇ ହୋଇପାରେ। କମ୍ପାନୀର କଷ୍ଟ କଟିଂ ଯୋଜନାର ଏହା ଅଂଶ ବିଶେଷ। ଏଚପିର ବିକ୍ରି ହ୍ରାସ ଓ ଅର୍ଥ ବ୍ୟବସ୍ଥାରେ ଚିନ୍ତା ଲାଗି କମ୍ପାନୀ କର୍ମଚାରୀ ଛଟେଇ କରିବାକୁ ଯାଉଛି।