ବିଧାନସଭା ଶୀତକାଳୀନ ଅଧିବେଶନ, ଜଗିବେ ୩୪ ପ୍ଲାଟୁନ୍‌ ଫୋର୍ସ

ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା। ୩ ସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା । ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ରହିବ ସୁରକ୍ଷା ବ୍ୟବସ୍ଥା।

ତେବେ ସୁରକ୍ଷା ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୨ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥା କୁ ସୁପରଭିଜନ କରିବେ । ୫ ଜଣ ଅତିରିକ୍ତ ଡିସିପି, ଡିଏସପି/ଏସିପି ୧୧ , ଆଇଆଇଆସି 1୩, ଏସ୍‌ଆଇ/ ଏଏସ୍‌ଆଇ 62ଜଣ  ଦ୍ଵାୟିତ୍ୱ ରେ ରହିବେ  ।

ରାଲି , ଧାରଣ ଓ ସୁରକ୍ଷାକୁ ନଜରରେ ରଖି ୫ ଟି କଣ୍ଟ୍ରୋଲ ରୁମ ରହିବ । ଷ୍ଟ୍ରାଇକିଂ ଫୋର୍ସ, କୁଇକ୍‌ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୋଲିସ, ରୂପ ଟଫ ସିକୁରିଟି, ସାଧା ପୋଷାକ ଧାରୀ ପୋଲିସ ମୁତୟନ ହେବେ ।