ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୫ ନବଜାତ ମୃତ

ଏସି କମ୍ପ୍ରେସର ବ୍ଲାଷ୍ଟ ହେବା ପରେ ଭୟଙ୍କର ଅଗ୍ନିକାଣ୍ଡ

ଇସଲାମାବାଦ, ୨୬/୦୮: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଶିଶୁ ୱାର୍ଡରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଅତି କମରେ ୧୫ ଜଣ ନବଜାତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ବୁଧବାର ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ହଠାତ୍ ନିଆଁ ଲାଗିଥିଲା। ନିଆଁ ଦ୍ରୁତଗତିରେ ଅନ୍ୟ ସ୍ଥାନକୁ ବ୍ୟାପିଯାଇଥିଲା। ବିଶେଷକରି ନବଜାତ ଶିଶୁ ରହୁଥିବା ଅଞ୍ଚଳରେ ନିଆଁ ଲାଗିଥିବାରୁ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଥିଲା।

ପ୍ରାଥମିକ ରିପୋର୍ଟରେ ଏସି କମ୍ପ୍ରେସର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବେ ମଧ୍ୟ ତଦନ୍ତାଧୀନ ରହିଛି। ତଦନ୍ତ ପରେ ହିଁ ନିଆଁର ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହେବ। ଘଟଣା ପରେ ହସ୍ପିଟାଲରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ।