ନବୀନ ନିବାସରେ ରକ୍ଷାବନ୍ଧନ ପର୍ବ

ଭେଦଭାବ ଭୁଲି ସାମାଜିକ ଓ ସାଂସ୍କୃତିକ ବନ୍ଧନକୁ ସୁଦୃଢ କରିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର, ୨୭/୦୮: ରକ୍ଷା ବନ୍ଧନ ଅବସରରେ ଆଜି ନବୀନ ନିବାସ ରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବାକୁ ବିଶେଷ ଭିଡ଼ ହୋଇଥିଲା। କୁନି କୁନି ଝିଅ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନର ସଭ୍ୟ ମାନେ ସମବେତ ହୋଇଥିଲେ। ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାରୀ ମାନେ, ଗାଇଡ଼ସର ଛାତ୍ରୀ ମାନେ, ସରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ଓ ଗୁରୁଜୀ ମାନେ ଓ ବିରୋଧୀଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରମୁଖ ବିରୋଧୀଦଳ ନେତା ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଗ୍ରହଣ କରି ସବୁ ଭେଦ ଭାବ ଭୁଲି ଆମର ସାମାଜିକ ଓ ସାଂସ୍କୃତିକ ବନ୍ଧନକୁ ସୁଦୃଢ କରିବାକୁ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।