ବରଗଡ଼ରେ ଯୁବ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ବରଗଡ଼, ୨୭/୦୮: ରାଜ୍ୟର ଯୁବ, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଦ୍ୱିଦିବସୀୟ ଗସ୍ତରେ ଆଜି ବରଗଡ଼ ଜିଲ୍ଲାରେ ପହଞ୍ଚିଛନ୍ତି। ବରଗଡ଼ ସାର୍କିଟ ହାଉସ୍‌ରେ ମନ୍ତ୍ରୀଶ୍ରୀଙ୍କୁ ଏକାନ୍ତ ଭବ୍ଯ ଏବଂ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଏହି ସ୍ୱାଗତ କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ସମେତ ବହୁ ବିଜେପି କର୍ମୀ ଏବଂ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଜିଲ୍ଲାର ଶିକ୍ଷା, କ୍ରୀଡ଼ା ଓ ସାଂସ୍କୃତିକ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ଅଗଷ୍ଟ ୨୮ (ଶୁକ୍ରବାର) ସକାଳ ୧୧:୦୦ ଟାରେ ଯଦୁମଣି ପ୍ରଧାନ ଅଡିଟୋରିୟମ୍, ବରଗଡ଼ଠାରେ ଅନୁଷ୍ଠିତ ‘ସୁଭଦ୍ରା ଯୋଜନା’ର ୫ମ କିସ୍ତି ପ୍ରଦାନ ଉତ୍ସବର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଏହା ପରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିବା ସହ ବରଗଡ଼ର କ୍ରୀଡ଼ା ପ୍ରକଳ୍ପ (ସ୍ପୋର୍ଟସ୍ କମ୍ପ୍ଲେକ୍ସ) ବୁଲି ଦେଖିବେ। ସନ୍ଧ୍ୟା ୦୫:୦୦ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟା ୦୬:୩୦ ଟାରେ ବରପାଲିଠାରେ ଆୟୋଜିତ ସ୍ୱାଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।