ଏସ.ଏନ୍. ମହାନ୍ତି ଗ୍ରୁପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧ କୋଟି ଟଙ୍କାର ସହାୟତା

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍ ହସ୍ତାନ୍ତର କଲେ ଏସ.ଏନ୍. ମହାନ୍ତି ଗ୍ରୁପ୍ ର ଏମଡି ଓ ନିର୍ଦ୍ଦେଶକ

ଭୁବନେଶ୍ୱର, ୨୯/୦୮: ରାଜ୍ୟର ଅଗ୍ରଣୀ ଶିଳ୍ପାନୁଷ୍ଠାନ ‘ଏସ.ଏନ୍. ମହାନ୍ତି ଗ୍ରୁପ୍’ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF) କୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଅଗଷ୍ଟ ୨୯ ତାରିଖ ଶନିବାର ଦିନ ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଏସ.ଏନ୍. ମହାନ୍ତି ଗ୍ରୁପର ପ୍ରବନ୍ଧ ନିର୍ଦ୍ଦେଶକ (MD) ଡକ୍ଟର ପ୍ରବୋଧ ମହାନ୍ତି ଏବଂ ନିର୍ଦ୍ଦେଶକ ପ୍ରଗତି କୁମାର ମହାନ୍ତି ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ୧ କୋଟି ଟଙ୍କାର ଚେକ୍ ହସ୍ତାନ୍ତର କରିଛନ୍ତି।

ରାଜ୍ୟର ସାମାଜିକ ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ଆଗକୁ ନେବା ପାଇଁ ଶିଳ୍ପ ଗ୍ରୁପ୍ ପକ୍ଷରୁ ଏହି ଯୋଗଦାନ ଦିଆଯାଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏସ.ଏନ୍. ମହାନ୍ତି ଗ୍ରୁପର ଏହି ସାମାଜିକ ଉତ୍ତରଦାୟିତ୍ୱ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

୧୯୮୦ ମସିହାରେ ପ୍ରତିଷ୍ଠିତ ଏସ.ଏନ୍. ମହାନ୍ତି ଗ୍ରୁପ୍ ଓଡ଼ିଶାର ଅନ୍ୟତମ ପ୍ରମୁଖ ଖଣି, ଲୁହାପଥର, ମାଙ୍ଗାନିଜ୍, ରିଅଲ ଇଷ୍ଟେଟ୍, ରିସୋର୍ଟ ଏବଂ ଆଗ୍ରୋ-ଟେକ୍ ଶିଳ୍ପାନୁଷ୍ଠାନ। ଏହା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଏବଂ କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ରିଲିଫ୍ ଫଣ୍ଡକୁ କୋଟି କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିସାରିଛି।

ଏସଏନଏମ ଗ୍ରୁପ୍ କେବଳ ରିଲିଫ୍ ଫଣ୍ଡ ନୁହେଁ, ବରଂ ଖଣି ଅଞ୍ଚଳଗୁଡ଼ିକରେ ସ୍ଥାନୀୟ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଏବଂ ପରିବେଶ ସୁରକ୍ଷା ପାଇଁ ନିୟମିତ ଭାବେ କାର୍ଯ୍ୟ କରିଆସୁଛି।