ଏମ୍‌ଜିଏମ୍‌ ମିନେରାଲ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧ କୋଟି ଟଙ୍କାର ସହାୟତା ପ୍ରଦାନ

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍ ପ୍ରଦାନ

ଭୁବନେଶ୍ୱର, ୨୯/୦୮: ରାଜ୍ୟର ଅଗ୍ରଣୀ ଶିଳ୍ପାନୁଷ୍ଠାନ ‘ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍’ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF) କୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ଅଗଷ୍ଟ ୨୯ ତାରିଖ ଶନିବାର ଦିନ ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଏମ୍‌ଜିଏମ୍‌ ଗ୍ରୁପର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ (CMD) ପଙ୍କଜ ଲୋଚନ ମହାନ୍ତି ଏବଂ ନିର୍ଦ୍ଦେଶକ ସିଦ୍ଧାର୍ଥ ମହାନ୍ତି ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ୧ କୋଟି ଟଙ୍କାର ଚେକ୍ ହସ୍ତାନ୍ତର କରିଛନ୍ତି।

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସାମାଜିକ ନିରାପତ୍ତା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି।

MGM ଗ୍ରୁପ୍ ଦୀର୍ଘ ଦଶନ୍ଧି ଧରି ଓଡ଼ିଶାର ସୁନ୍ଦରଗଡ଼, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଖଣି, ଇସ୍ପାତ ଉତ୍ପାଦନ, ରେଡିମେଡ୍ ଗାର୍ମେଣ୍ଟ, ବାୟୋ-ଫ୍ୟୁଲ୍ସ, ହସ୍ପିଟାଲିଟି ଏବଂ କ୍ରୀଡ଼ା ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟରତ ଅଛି। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ରିଲିଫ୍ ଏବଂ କୋଭିଡ-୧୯ ମହାମାରୀ ସମୟରେ ଏମ୍‌ଜିଏମ୍‌ ଗ୍ରୁପ୍ ରାଜ୍ୟ ସରକାରଙ୍କ CMRF କୁ ଆର୍ଥିକ ସହାୟତା ପ୍ରଦାନ କରି ଆସିଛି। ‘ଏମ୍‌ଜିଏମ୍‌ ଫାଉଣ୍ଡେସନ୍’ ମାଧ୍ୟମରେ କଟକଠାରେ ‘ଏମଜିଏମ ସ୍କୁଲ ଅଫ ସ୍ପୋର୍ଟସ’ ପ୍ରତିଷ୍ଠା କରି ରାଜ୍ୟରେ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେଉଛି।