ଡିସେମ୍ବର ୨ରେ ଦ୍ୱିତୀୟବାର ଲଞ୍ଚ ହେବ twitter ବ୍ଲୁ ଟିକ୍ ସର୍ଭିସ୍

ସାନଫ୍ରାନସିସ୍କୋ ୨୫।୧୧: ଏଲନ ମସ୍କ ତାଙ୍କ ଟ୍ୱିଟର ବ୍ଲୁ ସର୍ଭିସକୁ ନୂଆ ପରିବର୍ତ୍ତନ ସହ ଦ୍ୱିତୀୟବାର ଲଞ୍ଚ କରିବାକୁ ଯାଉଛନ୍ତି। ଏ ନେଇ ମସ୍କ ଶୁକ୍ରବାର ଏକ ଟ୍ୱିଟ୍‌ କରିଥିବା ବେଳେ ଭେରିଫିକେସନ ଲାଗି କମ୍ପାନୀର ପ୍ରିମିୟମ ସବସ୍କ୍ରିପସନ ସର୍ଭିସ୍ ଟ୍ୱିଟର ବ୍ଲୁକୁ ୨ ଡିସେମ୍ବରରେ ରି ଲଞ୍ଚ କରାଯିବ। ଏଥିରେ ମସ୍କ କହିଛନ୍ତି ଯେ ଟ୍ୱିଟର କମ୍ପାନୀମାନଙ୍କ ଲାଗି ଗୋଲ୍ଡ ଚେକ୍‌ ମାର୍କ, ସରକାରମାନଙ୍କ ଲାଗି ଗ୍ରେ ଚେକ୍ ମାର୍କ ଓ ଇଣ୍ଡିଭିଜୁଆଲସ୍ (ସେଲିବ୍ରିଟି ହୋଇଥାନ୍ତୁ କି ନ ହୋଇଥାନ୍ତୁ) ବ୍ଲୁ ଚେକ୍‌ ମାର୍କ ଜାରି କରିବ।

ମସ୍କ ଟ୍ୱିଟରରେ ଜନୈକ ୟୁଜରଙ୍କ ସର୍ଭିସ ପୁଣି ଆରମ୍ଭ କରିବାରେ ବିଳମ୍ବ ଲାଗି କ୍ଷମାଯାଚନା କରି ଜବାବ ରଖିଛନ୍ତି ଯେ କମ୍ପାନୀ ଅସ୍ଥାୟୀ ରୂପରେ ଡିସେମ୍ବର ୨ ତାରିଖ ଦିନ ତାର ଭେରିଫିକେସନ ସର୍ଭିସ ଲଞ୍ଚ କରିବ। ମସ୍କଙ୍କ ଅନୁସାରେ ଟ୍ୱିଟର ୩ ପ୍ରକାର ଆକାଉଣ୍ଟ ମଧ୍ୟରେ ଅନ୍ତର କରିବା ଲାଗି ଅଲଗା ଅଲଗା ଚେକ୍ ମାର୍କର ବ୍ୟବହାର କରିବ।