ଶ୍ରାଦ୍ଧବାର୍ଷିକୀରେ ସ୍ମୃତି ଚାରଣ

ଅମର ଆତ୍ମାର ସଦଗତି କାମନା

ପାତ୍ରପୁର, ୦୮/୦୯(ସୁରେଶ କୁମାର ପଟ୍ଟନାୟକ): ସ୍ବର୍ଗତ ହରିଚନ୍ଦ୍ର ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେ ଓଡ଼ିଶା ସିମାନ୍ତ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ବେଲାପଟିଆ ମଞ୍ଜୁଷା ମଣ୍ଡଳି ବ୍ରାହ୍ମଣ ସମାଜର ସଭାପତି ଭାବେ ଦାୟିତ୍ୱ ସମ୍ପର୍ଣ୍ଣ କରିଥିବା ବେଳେ ଏହି ସଭାରେ ବେଲାପଟିଆ ମଞ୍ଜୁଷା ମଣ୍ଡଳି ବ୍ରାହ୍ମଣ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଏହି ଅବସରରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ହରିଶ୍ଚନ୍ଦ୍ରଙ୍କ ବିୟୋଗ କୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ସମଗ୍ର ମଞୁଷା ମଣ୍ଡଳ ବ୍ରାହ୍ମଣ ସମାଜ ଆଜି ପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି ତାଙ୍କ ଅବଦାନ କୁ।